ଦୟାନିଧି ପ୍ରତିଭାବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବାକାର୍ଯ୍ୟ ଓ ପ୍ରତିଭା ପୂଜନ

ରାଜ୍ୟ
Spread the love

କଟକ : ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବରଜ ଗ୍ରାମରେ ଭ୍ରାମ୍ୟମାଣ ସେବାକାର୍ଯ୍ୟ କରାଯାଇଛି । ଗ୍ରାମର ମା’ ବଜ୍ରସୁନା ଗ୍ରାମଦେବତୀ ପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଶାଢ଼ି ଏବଂ ପୁରୁଷମାନଙ୍କୁ ଛତା ବଣ୍ଟନ କରାଯାଇଛି।

ପ୍ରତିଷ୍ଠାନର ସଭାପତି ସରୋଜ ନଳିନୀ ପରିଜା ଏବଂ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ନିଜ ପେନ୍‌ସନ୍‌ ଅର୍ଥରୁ କିଛି ସମାଜକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଛନ୍ତି । ମହାକାଳପଡ଼ା ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଳା,ବରଜ ରାମନାଟ୍ୟରେ ରାବଣ ଭୂମିକାରେ ଅଭିନୟ କରୁଥିବା ଜଗତସିଂହପୁର ଜିଲ୍ଲା ଭୂତମୁଣ୍ଡାଇର ଭଜନାନନ୍ଦ ଦାସ,ଯୁବ କଳାକାର ଶରତ କୁମାର ପରିଡ଼ା,ଯୁବ କଣ୍ଠଶିଳ୍ପୀ ଆନନ୍ଦ ଚନ୍ଦ୍ର ବାରିକ, ଯୁବ ସମାଜସେବୀ ମାନଗୋବିନ୍ଦ ବାଗୁଲି ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କବି ତଥା ସାମ୍ବାଦିକ ଖଗେଶ୍ୱର ଖଣ୍ଡୁଆଳ ପରିଚାଳନା କରିଥିବା ବେଳେ ସଂଗ୍ରାମ କେଶରୀ ମହାନ୍ତି ଏବଂ ସଭ୍ୟା ସଭ୍ୟ ସହଯୋଗ କରିଥିଲେ । ସମାଜସେବୀ ସୁକାନ୍ତ କୁମାର ସାହୁ,ସମାଜସେବୀ ପ୍ରଦୀପ କୁମାର ମହାନ୍ତି,ନୀଳମଣି ସାମଲ,ପଦ୍ମିନୀ ମହାନ୍ତି,ସ୍ବାଗତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *