ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ କୋଷ୍ଟିମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ ମାଲଣ୍ଡ ଗ୍ରାମସ୍ଥିତ ଭାରତୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଶନିବାର ଦିନ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଝୁଲରାମ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ରାଜ୍ୟ ସଭାପତି ଅକ୍ଷୟ କୁମାର ଦାସ ଏବଂ ମୁଖ୍ୟ ବକ୍ତା ଭାବେ ଗବେଷକ ତଥା ଶିକ୍ଷାବିତ୍ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ। ଅତିଥିମାନେ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ, ମେଳାପି ଓ ଦକ୍ଷ ସାଙ୍ଗଠନିକ ନେତୃତ୍ୱ ନେଉଥିବା ବ୍ୟକ୍ତିତ୍ୱ ଭାବେ ଅଭିହିତ କରିଥିଲେ। ତାଙ୍କର ପରୋପକାରୀ ଗୁଣ ଓ ଶିକ୍ଷାଦାନ ଶୈଳୀ ଯୋଗୁଁ ସେ ଜିଲ୍ଲାର ଜଣେ ଜଣାଶୁଣା ବିଦ୍ୱାନ ଶିକ୍ଷକ ଭାବେ ପରିଗଣିତ ହୋଇଥିବା ସେମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିକ୍ଷକ-ଶିକ୍ଷୟତ୍ରୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଗୋଲକ ବିହାରୀ ପଲାଇ, ପବିତ୍ର କୁମାର କର, ସୁରେନ୍ଦ୍ର ମହାପାତ୍ର, ଅଶୋକ ସ୍ୱାଇଁ, ନିରଞ୍ଜନ ନାୟକ, ବାଇଧର ତ୍ରିପାଠୀ, ଗୋପବନ୍ଧୁ ନାୟକ, ସ୍କୁଲ ଶିକ୍ଷା କମିଟିର ପ୍ରାକ୍ତନ ସଭାପତି ନରେନ୍ଦ୍ର କୁମାର ବେହେରା, ସ୍ଥାନୀୟ ସରପଞ୍ଚ ବିଭୁପ୍ରସାଦ ମହାନ୍ତି, ଜାକିର ହୋସେନ, ନିତ୍ୟାନନ୍ଦ ନାୟକ, ନାରାୟଣ ପଣ୍ଡା, ସାରଦା ଚଇନି, ସୁକାନ୍ତ ରାଉତ, ସନ୍ଧ୍ୟାରାଣୀ ଦାସ, ରାମଚନ୍ଦ୍ର ସ୍ୱାଇଁ, ବସନ୍ତ ବଳ, ପ୍ରଶାନ୍ତ ସ୍ୱାଇଁ ଓ ଜଗନ୍ନାଥ ପ୍ରସାଦ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିବା ସହ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।
କାର୍ଯ୍ୟକ୍ରମକୁ କୈଳାଶ ଚନ୍ଦ୍ର ନନ୍ଦ, ରୀନାରାଣୀ ରାଉତ, ସମରେନ୍ଦ୍ର ସାହୁ, ସାରଦା ପ୍ରସନ୍ନ ବେହେରା ଏବଂ ସମସ୍ତ ଅଭିବାବକ ଓ ଗ୍ରାମବାସୀମାନେ ସୂଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଭୟ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
