ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ୍ୟ ହେଲା, ମାର୍ଚ୍ଚ-ଏପ୍ରିଲରେ ଲାଗିଗଲା ମହାଯୁଦ୍ଧ

ରାଜ୍ୟ
Spread the love

ନୂଆଦିଲ୍ଲୀ: ଇସ୍ରାଏଲ ଓ ଆମେରିକା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସରକାରୀ ବାସଭବନକୁ ଟାର୍ଗେଟ କରି ଏକ ମିଳିତ ଗୁପ୍ତ ଅଭିଯାନ କରି ତାଙ୍କୁ ହତ୍ୟା କରିଛନ୍ତି। ଏହି ସମୟରେ, ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଦ୍ୱାରା ୨୦୨୬ ବର୍ଷ ପାଇଁ କରାଯାଇଥିବା ଏକ ଭବିଷ୍ୟବାଣୀ ପୁଣିଥରେ ଚର୍ଚ୍ଚାକୁ ଆସିଛି। ସେ ଆକଳନ କରିଥିଲେ ଯେ, ୨୦୨୬ ମସିହାରେ ପୂର୍ବ ଅଞ୍ଚଳରେ ଏକ ବଡ଼ ଯୁଦ୍ଧ ହୋଇପାରେ, ଯାହା ଧୀରେ ଧୀରେ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ।
ଇରାନ ଉପରେ ଆକ୍ରମଣ ପରେ ବାବା ଭେଙ୍ଗା ପୁଣି ଥରେ ଖବରକୁ ଆସିଛନ୍ତି। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ବର୍ତ୍ତମାନର ପରିସ୍ଥିତି ସମାନ ଭବିଷ୍ୟବାଣୀକୁ ଇଙ୍ଗିତ କରୁଛି। ବାବା ଭେଙ୍ଗା ମଧ୍ୟ ଭବିଷ୍ୟବାଣୀ କରିଥିଲେ, ଯୁଦ୍ଧରେ ପ୍ରମୁଖ ଶକ୍ତି ମୁହାଁମୁହିଁ ହୋଇପାରନ୍ତି। ଏଥିରେ ୟୁରୋପ ବହୁ କ୍ଷତି ସହିପାରେ।
ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ, ୨୦୨୬ ମାର୍ଚ୍ଚ-ଏପ୍ରିଲ ମାସରେ ଏକ ଭୟଙ୍କର ଯୁଦ୍ଧ ହୋଇପାରେ। ଏହି ଯୁଦ୍ଧ ପରେ, ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀକୁ ନେଇ ଦ୍ୱାରା ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ଯେଉଁଥିରେ ସେ କହିଥିଲେ, ରୁଷ ଏବଂ ଆମେରିକା ଭଳି ଶକ୍ତିଶାଳୀ ଦେଶ ଯୁଦ୍ଧରେ ପରସ୍ପରର ମୁହାଁମୁହିଁ ହୋଇପାରନ୍ତି। ବାବା ଭେଙ୍ଗା ଦାବି କରିଥିଲେ, ଯୁଦ୍ଧର ସବୁଠାରୁ ଅଧିକ ପ୍ରଭାବ ବିଶ୍ୱର ପଶ୍ଚିମ ଭାଗରେ ପଡ଼ିବ, ୟୁରୋପ ସବୁଠାରୁ ଅଧିକ କ୍ଷତି ସହିବ। ସେ ଦାବି କରିଥିଲେ, ଏହି ଧ୍ୱଂସ ୟୁରୋପର ଭୂମିକୁ ଧ୍ବଂସ କରିଦେବ। ସେ ଏହା ମଧ୍ୟ ଭବିଷ୍ୟବାଣୀ କରିଥିଲେ ଯେ, ରୁଷ ଏକ ପ୍ରମୁଖ ବିଶ୍ୱ ଶକ୍ତି ଭାବରେ ଉଭା ହେବ।
ପୂର୍ବରୁ ସତ୍ୟ ହୋଇଥିବା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ
ସୋଭିଏତ୍ ୟୁନିଅନର ପତନ
ଆମେରିକାରେ ୯/୧୧ ଆତଙ୍କବାଦୀ ଆକ୍ରମଣ
ପ୍ରଯୁକ୍ତିବିଦ୍ୟାର ବିକାଶ
ଚୀନର ବିକାଶ
ସ୍ମାର୍ଟଫୋନର ବଢୁଥିବା ପ୍ରଭାବ
ଆତଙ୍କବାଦରେ ବୃଦ୍ଧି
୨୦୨୫ ମସିହାରେ ମିଆଁମାର ଭୂକମ୍ପ
୨୦୨୫ ମସିହାରେ ହୋଇଥିବା ଭାରତ-ପାକିସ୍ତାନ, ପାକିସ୍ତାନ-ଆଫଗାନିସ୍ତାନ, ଇସ୍ରାଏଲ-ଇରାନ ଏବଂ ଥାଇଲ୍ୟାଣ୍ଡ-କମ୍ବୋଡିଆ ସଂଘର୍ଷ

Leave a Reply

Your email address will not be published. Required fields are marked *