ଶତାୟୁ ହାରାମଣି ବେହେରା଼ଙ୍କ ଏକାଦଶାହରେ ସ୍ମୃତି ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ର ଅଧୀଶ୍ୱର ବାବା ଝଙ୍କେଶ୍ୱର ମହାଦେବ ଙ୍କ ମନ୍ଦିର ନିକଟସ୍ଥ ଝଙ୍କେଶ୍ୱର ଗ୍ରାମରେ ଗତ ସୋମବାର ସନ୍ଧ୍ୟାରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସେ ଜଣେ ସରଳ, ନିଷ୍ଠାପର, ପରୋପକାରୀ, ଧର୍ମପ୍ରାଣା ମହିଳା ଥିବାରୁ ତାଙ୍କର ଏହି ପୁଣ୍ୟତିଥିରେ ପ୍ରାକ୍ତନ ଅଧ୍ୟାପକ ଶାନ୍ତନୁ କୁମାର ଦାସ ଙ୍କ ସଭାପତିତ୍ୱରେ ଓ ମା ସାରଳା ଙ୍କ ସମର୍ପିତଭକ୍ତ ବିଳାସ ଚନ୍ଦ୍ର ବେହେରାଙ୍କ  ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଆୟୋଜିତ ସ୍ମୃତିଚାରଣ ସଭାରେ, ଡଃ ଅଭିଜିତ ବେହେରା, ସୁରେଶ ଚନ୍ଦ୍ର ଗୋଛାୟତ, ତପନ ବେହେରା, କବୀର ପରିଡା, ଇଂ ତୁଷାରକାନ୍ତ ବେହେରା, ଯଶୋବନ୍ତ ନାରାୟଣ ନାୟକ, ବିଶ୍ୱଜିତ ସାମଲ, କଲ୍ୟାଣ କୁମାର ପଣ୍ଡା, ବରଦା ପ୍ରସାଦ ସ୍ୱାଇଁ, ଶିବପ୍ରସାଦ ସ୍ୱାଇଁ, ଇଂ ଅର୍ଜ୍ଜୁନ ଚରଣ ବେହେରା, ସମୀର କୁମାର ବେହେରା, ଗଣେଶ ବେହେରା, ଅନିଲ କୁମାର ବେହେରା, ଝଙ୍କେଶ୍ୱର ମନ୍ଦିରର ବଡ଼ପଣ୍ଡା ପ୍ରଦୀପ କୁମାର ପଣ୍ଡା ଓ ସାରଳା ସଂସ୍କୃତିଗବେଷକ ରମାକାନ୍ତ ରାଉଳ ପ୍ରମୁଖ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିବାସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

ଦୁର୍ଯ୍ୟୋଧନ ବେହେରା ଓ ସୁଦର୍ଶନ ବେହେରା ସମସ୍ତଅତିଥି ମାନଙ୍କୁ ସ୍ୱାଗତ କରିଥିବାବେଳେ, ବାବୁ, ରାଜା, ଜିତୁ, ଗଙ୍ଗାରାମ, ମିଥୁନ, ଲୁଲା, ଚୈତନ୍ୟ ଓ ରୁପାଲୀ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଏହି ଅବସରରେ ରାହାମା ପଙ୍କପାଳ ର ଦାରୁବ୍ରହ୍ମ ଭଜନ ସଂଧ୍ୟା ର ସଙ୍ଗୀତନିର୍ଦ୍ଦେଶକ ବଳଭଦ୍ର ମହାପାତ୍ର ଓ ସାଥୀମାନଙ୍କ ଦ୍ୱାରା ଭକ୍ତିସଙ୍ଗୀତ ର ଆସର ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟିକରିଥିଲା | ଶେଷରେ ଇଂ ସୁବ୍ରତ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *