ଝଙ୍କଡ଼, ୧୦/୧: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ସାରଦା ଏକାଡେମୀ 2012 ବ୍ୟାଚ ର ଏକ ବନ୍ଧୁମିଳନ ସମାବେଶ, ତିର୍ତ୍ତୋଲ ମହାନଦୀ ବେଳାଭୂମି ର ଝୁଲାବଣ ମଠ ପରିସରରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଗତ ଶନିବାର ଦିନ ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଏକାଡେମୀ ର ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟ ରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏଥିରେ ପ୍ରଭୁପ୍ରସାଦ ରାଉଳ, ସଂଜୀବ ରାଉଳ, ଆକାଶ ନାୟକ, ବୁଟୁ ଦାସ, ସାରଦା ସାମଲ, ଦୀପରାଜ ସିଂହ, ଦିନେଶ ବେହେରା, ତାରିଣୀ ପ୍ରସାଦ ରାଉଳ, ମୁରଲୀ ମନୋହର ମହାନ୍ତି, ସ୍ମୃତିସ୍ୱରୂପ ନାୟକ, ପ୍ରକାଶ ମହାନ୍ତି, ଶିବପ୍ରସାଦ ମଲ୍ଲିକ, ପ୍ରସାଦ ନାୟକ, ଅଭିଷେକ ସାମଲ, ମନୋଜ ରାଉଳ, ଶୁଭଦତ୍ତ ସାହୁ, ରୁଦ୍ର ଦାସ ଓ ସନ୍ତୋଷ କୁମାର ମଲ୍ଲିକ ପ୍ରମ୍ମୁଖ ସହପାଠୀ ମାନେ, ଅଂଶଗ୍ରହଣ କରି ନିଜନିଜର ଛାତ୍ରଜୀବନରେ ବିତିଯାଇଥିବା ସ୍ମୃତିଚାରଣ କରି ଭାବବିହ୍ଵଳିତ ହୋଇ ଉଠିଥିଲେ l ପ୍ରତିବର୍ଷ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଜାରିରହିବ ବୋଲି ଆୟୋଜକ ମାନେ ସୂଚନା ଦେଇଥିଲେ l
