ରତନପୁର ବିଶ୍ୱକର୍ମା ମଠରେ ଦୋଳମେଳଣ ମହୋତ୍ସବ

ରାଜ୍ୟ
Spread the love

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ ସଁଅରା ଗ୍ରାମପଞ୍ଚାୟତ ଅଧିନ ସଂକେତପାଟଣା, ରତନପୁର ଗ୍ରାମର ବିଶ୍ୱକର୍ମା ମଠ ପରିସରରେ, ଦୋଳମେଳଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସ୍ଥାନୀୟ ଅଞ୍ଚଳରୁ ଅଠରଟି ଦୋଳ ବିମାନ ପଟୁଆର କରି ମେଳଣ ପଡିଆରେ ପହଞ୍ଚିବା ପରେ ଗ୍ରାମବାସୀ ମାନଙ୍କ ତରଫରୁ ସମସ୍ତ ଙ୍କୁ ସ୍ୱାଗତ କରାଯାଇଥିଲା  | ନାମ ସଂକୀର୍ତ୍ତନ, ନୃତ୍ୟସଙ୍ଗୀତ ସହିତ ଘଣ୍ଟ ଘଣ୍ଟା କାହାଳି, ଭେରୀ ତୁରୀ, ଢୋଲ ମହୁରୀ ଓ ହରିବୋଲ ହୁଳହୁଳି ଧ୍ଵନି ରେ ମେଳଣପଡିଆ ପ୍ରକମ୍ପିତ ହୋଇଉଠିଥିଲା | ଅନୁଷ୍ଠାନ ତରଫରୁ ସମସ୍ତ ଦୋଳାରୁଢ଼ ଠାକୁର ମାନଙ୍କୁ ପୂଜାର୍ଚ୍ଚ ନା ଅବିରଲାଗି ଓ ଆଳତୀ ଆଦି ନିତିକାନ୍ତି ସମ୍ପନ୍ନ ହୋଇଥିଲା |

ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ସରପଞ୍ଚ ବିକ୍ରମ କିଶୋର ସ୍ୱାଇଁ ( ମୁନା ଭାଇ ), ଶରତ କୁମାର ଓଝା, ମାନସ ରଞ୍ଜନ ସ୍ୱାଇଁ, ସୁକୁମାର ଦାଶ, ଅଜୟ କୁମାର ସାହୁ, ଜଗନ୍ନାଥ ସାହୁ, ସୁନୀଲ କୁମାର ସାହୁ, ନଚିକେତା ଓ ଅଜୟ କୁମାର ଓଝା ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *