ପୁରୀ ପୋଲିସ ହାଇସ୍କୁଲରେ ବନ୍ଧୁମିଳନ ସମାରୋହ

ରାଜ୍ୟ
Spread the love

ପୁରୀ  :  ପୁରୀ -କୋଣାର୍କ ବେଳାଭୂମି ରାସ୍ତା ପାର୍ଶ୍ୱରେ ମା ନାରାୟଣୀ ଙ୍କ ପୀଠ ବାଲିଘାଇ ଠାରେ, ପୁରୀ ପୋଲିସ ହାଇସ୍କୁଲ ର 1989 ବ୍ୟାଚ, ସହପାଠୀ ମିଳନ ଉତ୍ସବ, ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରାକ୍ତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱତନ୍ତ୍ରଅତିଥି ଭାବେ ବରଣ କରାଯାଇ, ଗୁରୁପୂଜନ କରାଯାଇଥିବା ବେଳେ ଦିବଂଗତ ମାନଙ୍କ ଉଦ୍ଦେଶ୍ୟରେ ନିରବପ୍ରାର୍ଥନା କରାଯାଇଥିଲା |

ପ୍ରାକ୍ତନ ସଂସ୍କୃତ ଶିକ୍ଷକ ତଥା ସଂସ୍କୃତ ବିଶ୍ୱବିଦ୍ୟାଳୟ ଗବେଷଣାବିଭାଗ ର ନିର୍ଦ୍ଦେଶକ ଡଃ ନିରଞ୍ଜନ କର, ତତ୍କାଳୀନ ଶିକ୍ଷକ ପ୍ରଶାନ୍ତ କୁମାର ନନ୍ଦ, କେଶବ ଚନ୍ଦ୍ର ନାୟକ, ରଞ୍ଜନ କୁମାର ଷଡ଼ଙ୍ଗୀ ଓ ଶିକ୍ଷୟିତ୍ରୀ ରାଜଶ୍ରୀ ରଥ ପ୍ରମ୍ମୁଖ ପୁରାତନ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ ଓ ପ୍ରେରଣା ପ୍ରଦାନ କରିବା ସହିତ ଆଶୀର୍ବାଣୀ ପ୍ରଦାନ କରିଥିଲେ  | ଜଗତସିଂହପୁର ଜିଲ୍ଲାର ଅନନ୍ୟ ସାରସ୍ୱତ ସାଧକ ତଥା କବି ଆଶିଷ କୁମାର ପରିଜା ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଗୁରୁମାନଙ୍କୁ ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା |

ସଂଗ୍ରାମକେଶରୀ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଶିଷ କୁମାର ପରିଜା, ପ୍ରସନ୍ନ କୁମାର ସାହୁ, ବିକାଶ ରଞ୍ଜନ ପଟ୍ଟନାୟକ, ସଂଗ୍ରାମ କୁମାର ବରାଳ, ସଞ୍ଜୟ କୁମାର ରେଡି,ଶରତ ମହାନ୍ତି, ମାନସ ରଞ୍ଜନ ଦାସ, ଆଲୋକ ରଥ,ଜ୍ୟୋସ୍ନାରାଣୀ ମିଶ୍ର, କ୍ରିଷ୍ଣାକଳ୍ପନା ପତି, ଶ୍ରେୟାଶ୍ରୀ ଛୋଟରାୟ, ଜୟନ୍ତୀ ରଥ, ଶକୁନ୍ତଳା ବରାଳ, ଟି ପୁଷ୍ପା ରାଓ , ବିରେନ ନାୟକ, ପ୍ରକାଶ ଦାସ, ନୀଳକଣ୍ଠ ପରିଡା, ଶୈଳବାଳା ଛୁଆଳସିଂହ, ସତ୍ୟଶ୍ରୀ ଜେନାମଣୀ, ସସ୍ମିତା ମିଶ୍ର ଓ ଗୀତାଦାସ ପ୍ରମ୍ମୁଖ ପୁରାତନ ଛାତ୍ରଛାତ୍ରୀ ମାନେ, ଅତୀତର ସ୍ମୃତିଚାରଣ କରି ଭାବବିହ୍ୱଳ ହୋଇଉଠିଥିଲେ | ପ୍ରତିବର୍ଷ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଥିଲେ |

Leave a Reply

Your email address will not be published. Required fields are marked *