ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁରସ୍ଥିତ ବସନ୍ତବଗିଚା ଖେଳପଡିଆରେ ଗତ ରବିବାର ସନ୍ଧ୍ୟାରେ, ସାରଳାକ୍ଲବ ଆନୁକୂଲ୍ୟରେ, ଏମ ଏସ କୋଟିଙ୍ଗ କ୍ରିକେଟ କ୍ଲବ ର ତୃତୀୟବାର୍ଷିକ ନାଇଟ ମ୍ୟାଚ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ, ରାଜ୍ୟ ଜଳସମ୍ପଦ ବିଭାଗ ର ସର୍ବୋଚ୍ଚଯନ୍ତ୍ରୀ ଇଂ ଭକ୍ତରଞ୍ଜନ ମହାନ୍ତି ଯୋଗଦେଇ, କ୍ରିକେଟଖେଳ ମାଧ୍ୟମରେ ଉତ୍ତମସ୍ୱାସ୍ଥ୍ୟଲାଭ ସହିତ ଟିମୱାର୍କ, ଉତ୍ସାହ, ଉଦ୍ଦୀପନା ପାଇଁ ପ୍ରେରଣା ଯୋଗାଇ ଆସିଛି ବୋଲି ମତବ୍ୟକ୍ତ କରିବାସହିତ ଏହି ମ୍ୟାଚ ରେ ଅଂଶ ଗ୍ରହଣ କରୁଥିବା ସମସ୍ତ କ୍ରିକେଟଟିମ ର ଖେଳାଳିମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ | ଆଇନୀଜୀବି ରଞ୍ଜନ କୁମାର ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ନାରାୟଣପ୍ରସାଦ ଜେନା ଓ ସମ୍ମାନିତ ଅତିଥିଭାବେ ବୀରକିଶୋର ବ୍ରହ୍ମ, ନୃସିଂହ ଚରଣ ରାଉଳ, ରବୀନ୍ଦ୍ର କୁମାର ଦାସ, ପ୍ରଣୟ ମହାନ୍ତି ଓ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମ୍ମୁଖ ଯୋଗଦେଇ ଏପରି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟମ୍ୟାଚ ଆମ ରାଜ୍ୟସ୍ତରୀୟ ଭାଇଚାରା କୁ ସୁଦୃଢ କରିବ ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ କ୍ରିକେଟିୟର ଦେବୀ ପ୍ରସାଦ ରାଉଳ, ଅରୁଣ ମହାପାତ୍ର, ଅଜୟ ହାତୀ, ରାକେଶ ବ୍ରହ୍ମ, ପ୍ରଣୟ ଲେଙ୍କା, ଅମରେଶ ଲେଙ୍କା ଓ ବରଦା ପ୍ରସାଦ ମହାନ୍ତି ପ୍ରମ୍ମୁଖ ଙ୍କୁ ମୁଖ୍ୟଅତିଥି ଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇ ଥିଲା |

ଏହି ନାଇଟ ମ୍ୟାଚରେ ସୁନ୍ଦରପଦା ଭୁବନେଶ୍ୱର, ଷ୍ଟାର ୱାରୀୟସ କେନ୍ଦ୍ରାପଡ଼ା, ମୁନଲାଇଟ କ୍ରିଷ୍ଣାନନ୍ଦପୁର,ଜୋତକାନପୁର ଜଗତସିଂହପୁର, ଡାଇନା ଇଲେଭେନ, ବି ବି ସି ସି ଗରାମ, ହିତିକ ଇଲେଭେନ କଟକ ଓ ପ୍ଲାଟିନମ୍, ଅରିଲୋ ଆଦି ମୋଟ ଆଠଗୋଟି ଟିମ ଏହି ମ୍ୟାଚରେ ଭାଗନେଇ ଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଇଞ୍ଜିନିଅର ସୁମିତ ଦାସ, ରାକେଶବ୍ରହ୍ମ, ଆୟୁଷ୍ମାନ ମହାନ୍ତି, ଆନନ୍ଦ ମହାନ୍ତି, ସନ୍ଦୀପ ବ୍ରହ୍ମ, ଅନିଲ ବାରିକ ବିକାଶ ରାଉଳ, ଶୁଭମ ମହାନ୍ତି ପରିଚାଳନା କରିଥିବାବେଳେ ଖ୍ୟାତନାମା ଉଦଘୋଷକ ପବିତ୍ର ନାୟକ ଧାରବିବରଣୀ ଉପସ୍ଥାପନ କରିଥିଲେ l ପରିଶେଷରେ ସତ୍ୟଭୂଷଣ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
