ଝଙ୍କଡ଼ : ଜିଲ୍ଲାର ପୁରାତନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ଓ ବାଲିଘର ଫାଉଣ୍ଡେସନ ର ୩୬ ତମ ବାର୍ଷିକୋତ୍ସବ ଓ ସାରସ୍ୱତ ସମାରୋହ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ସହଯୋଗରେ ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ତେନ୍ତୁଳିପଦା ସ୍ଥିତ ଆଦିକବି ସାରଳା ଦାସଙ୍କ ସମାଧି ପୀଠ ପରିସର ଆଦିକବି ଭବନ ରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନ ର ସଭାପତି ଅଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହରେ ମୁଖ୍ୟ ଅତିଥି ପ୍ରଫେସର ଆଦିକନ୍ଦ ସାହୁ ଯୋଗଦେଇ ସାରଳା ଦାସଙ୍କ ବିଷୟ ରେ ଆଲୋଚନା କରି ସେ ଓଡ଼ିଶାର ଆଶ୍ଚର୍ୟ୍ଯ ବୋଲି ମତ ରଖିଥିଲେ | ମୁଖ୍ୟ ବକ୍ତା ପ୍ରଫେସର ନିତ୍ୟାନନ୍ଦ ସାହୁ, ସମ୍ମାନୀତ ଅତିଥି ଲେଖିକା ମେଜର ସୁମିତ୍ରା ମିଶ୍ର, ଅଧ୍ୟାପିକା ଡ଼ ସରୋଜିନୀ ପାଣି ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ |
ଅନୁଷ୍ଠାନ ର ସମ୍ପାଦକ କୈଳାସ ଚନ୍ଦ୍ର ସ୍ବାଇଁ ସ୍ବାଗତ ଭାଷଣ ଓ ପଣ୍ଡିତ ବାସବ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ | ଏହି ଅବସରରେ ବିଶିଷ୍ଟ ଭାଷାବିତ୍ ଡ଼ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ବାଲିଘର ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା l ପ୍ରତିଭା ଧର ବ୍ୟକ୍ତି ବିଶେଷ ପ୍ରଫେସର ଅଦୌତ ପାତ୍ର, କବି ଧନଞ୍ଜୟ ସ୍ବାଇଁ, ଇଂ ବିଷ୍ଣୁ ସାହୁ, କୁଞ୍ଜ ବିହାରୀ ସାହୁ ସତ୍ୟବତୀ ସ୍ବାଇଁ, ଇଂ ତୋଫାନ ଜେନା, ରାଜରତନ ସିଂ, ଶ୍ରୀସିକ୍ତା ପ୍ରିୟଦର୍ଶିନୀ ନାୟକ, ଡ଼ ରଞ୍ଜିତା ନାୟକ, ଡ଼ ଗଙ୍ଗାଧର ମିଶ୍ର, ଡ଼ ବିଷ୍ଣୁ ପ୍ରିୟା ଦାସ, ଡ଼ ସୁଧାକର ଦାସ,ଭଗବାନ ସାହୁ, ବୈଜୟନ୍ତି ସାହୁ, ପ୍ରେମାନନ୍ଦ ଖଣ୍ଡୁଆଳ, ପ୍ରତାପ ମହାପାତ୍ରଙ୍କ ସମେତ କୃତୀ ଛାତ୍ର ଛାତ୍ରୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କବୟିତ୍ରୀ ସବିତା ନାୟକ ଓ ଆରତୀ ଦାସଙ୍କ ସଂଯୋଜନାରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବରେ ଶତାଧିକ କବି ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ | ଅତିଥି ମାନେ ବାଲିଘର ବାର୍ଷିକ ସଂଖ୍ୟା କୁ ଉନ୍ମୋଚନ କରିଥିଲେ l କବି ଉମାକାନ୍ତ ନାୟକ, ବିଜୟ ଖଟେଇ, ଚିତ୍ତରଞ୍ଜନ ପରିଜା, ଝୁଲରାମ ଦାସ, ଗୋଲାପ ରାଣୀ ସାହୁ, ପିତାମ୍ବର ମହାପାତ୍ର, ଅଶୋକ ଲେଙ୍କା, ଗୀତା ଦାସ, ପ୍ରଭାତ ପରିଜା, ଆଶିଷ ପରିଜାଙ୍କ ସମେତ ଜଗତସିଂହପୁର ଜିଲା ଓ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଯାଜପୁର ଆଦି ଜିଲ୍ଲାରୁ ବହୁ ସାରସ୍ୱତ ସାଧକ ଯୋଗଦେଇଥିଲେ l ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ସଂଗ୍ରାମ କେଶରୀ ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପ୍ରସନ୍ନ ସ୍ବାଇଁ ଧନ୍ୟବାଦ୍ ଦେଇଥିଲେ |
