447ffa01 26b3 45be 9a2f D9eceb9a73e8

ଝଙ୍କଡ଼ ପ୍ରଗଣାରେ ସଫଳ ହେଲା ଓଡିଶା ବନ୍ଦ

ରାଜ୍ୟ
Spread the love

ଜଗତସିଂହପୁର/ ଝଙ୍କଡ଼ :   ସମଗ୍ର ରାଜ୍ୟରେ କଂଗ୍ରେସ ର ଆହ୍ଵାନ କ୍ରମେ ଓଡିଶାବନ୍ଦ ପାଳନ କରାଯାଇଥିବା ବେଳେ,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମୁଳିସିଂହ ପଞ୍ଚାୟତ ସହରହାଟ ରେ ଏହି ବନ୍ଦ ପାଳନ ଶତ ପ୍ରତିଶତ ସଫଳ ହୋଇଥିବାର ଦେଖିବାକୁ ମିଳିଥିଲା। ସରପଞ୍ଚ ସଫି ଆଜମ୍ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସକର୍ମୀ ସହର ହାଟ ଗୋଲେଇ ଛକ ଉପରେ, ଟାୟାର ଜାଳି ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ରାସ୍ତା ଅବରୋଧ କରିଥିଲେ। ସମସ୍ତ ଦୋକାନ ବଜାର ମଧ୍ୟ ସ୍ଵତଃ ପୃତ୍ତ୍ ଭାବରେ ବନ୍ଦ ରହିଥିଲା। ଯାହା ଫଳରେ ଜଗତସିଂହପୁର ସଦର ମହକୁମା, ଛପଡା, ଜୟପୁର, ନରୂଆ ଏରସମା ଆଦି ରାସ୍ତାରେ ଯାନବାହାନ ଗୁଡ଼ିକ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏଥିରେ ପୂର୍ବତନ ସମିତି ସଭ୍ୟ ଯାବିର ଉଦ୍ଦିନ, ଅସିତ୍ ପାଲ, ନିରଞ୍ଜନ ସିଂହ , ନାରାୟଣ ବେହେରା, ଶୈଳେନ୍ଦ୍ର ମଲ୍ଲ, ବୁଦ୍ଧେଶ୍ୱର୍ ବେହେରା, ଜାକିର ସାହା , ଏସ କେ ୱାହିଦ୍ ଉଦ୍ଦିନ , ଅଜିକ ଅଲ୍ଲୀ , ଆଲୋକ ସାହୁ, ନଗେନ ମଣ୍ଡଳ, ସୋମନାଥ ପାଳ ଓ ପ୍ରଭାତ ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିବାର ଜଣାଯାଇଛି

Leave a Reply

Your email address will not be published. Required fields are marked *