କଟକ : ବାଲେଶ୍ବର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଙ୍କ ଆତ୍ମହତ୍ୟା ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଙ୍କ ଆହ୍ୱାନ କ୍ରମେ ଓଡ଼ିଶା ବନ୍ଦ ଅବସରରେ କଟକ ସଦର କଂଗ୍ରେସ କମିଟି ପକ୍ଷରୁ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କଟକ ସଦର କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଗୋଛାୟତ ଙ୍କ ନେତୃତ୍ବରେ ଶାନ୍ତି ଶୃଙ୍ଖଳାର ସହିତ ବନ୍ଦ ପାଳନ ସଫଳ ହୋଇଛି।
କଟକ ସଦରର କନ୍ଦରପୁର ଠାରେ ଶ୍ରୀ ଗୋଛାୟତ ଙ୍କ ନେତୃତ୍ବରେ କଟକ ସଦର କଂଗ୍ରେସ କମିଟିର ଉପସଭାପତି ସୀତାକାନ୍ତ ପଣ୍ଡା ବରିଷ୍ଠ କଂଗ୍ରେସ ନେତା ଦିଲିପ କୁମାର ମହାନ୍ତି, କଟକ ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ଉଗ୍ରସେନ ଭୂୟାଁ, ନିହାର ରଞ୍ଜନ ନନ୍ଦ, ପ୍ରତାପ ମଲ୍ଲିକ, ନିରଞ୍ଜନ ଲେଙ୍କା, ଜୀବନ ଜେନା,ନିର୍ମଳ ସ୍ବାଇଁ,ସତ୍ୟରଞ୍ଜନ ବିଟ୍,ନଳୀନି ପ୍ରଭା ଉଦ୍ ଗାତା,ଶରତ ଚନ୍ଦ୍ର ଦାସ, ଆଲମାସ୍ ରାଗିବ,ଇଲୁ ସିଂହ,ଦିପ୍ତି ରଞ୍ଜନ ଲେଙ୍କା, ରଜନୀ କାନ୍ତ ବସ୍ତିଆ,ଦିଲିପ ସାମଲ,ଶରତ ଚନ୍ଦ୍ର ସ୍ବାଇଁ,ଶରତ ସାହୁ, ପ୍ରଦିପ କୁମାର ସାହୁ, ନିମାଇଁ ଚରଣ ସାହୁ, କାଳନ୍ଦୀ ସାହୁ, ରାଜେଶ ହାତୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ପରି ଭାବରେ କଟକ ସଦର କଂଗ୍ରେସ ପକ୍ଷରୁ ମଧୁପାଟଣା,ପ୍ରେସ ଛକ, ଗୋପାଳ ପୁର, ନେମାଳ ଓ କିଶୋର ନଗର ଇତ୍ୟାଦି ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ କରାଯାଇଥିଲା।
