ସାଇ ପ୍ରଶାନ୍ତି ମନ୍ଦିରର ୬ଷ୍ଠ ବାର୍ଷିକ ଉତ୍ସବ ମାର୍ଚ୍ଚ ୨୫ ରୁ ୨୮

କଟକ ରାଜ୍ୟ
Spread the love

 ଜରିଆ ନଦୀ ଆଳତୀ, କଳସ ଶୋଭାଯାତ୍ରା, ଯଜ୍ଞ, ଚଭାଡ଼ି ଯାତ୍ରା ସହ ପ୍ରତ୍ୟହ ମଧ୍ୟାହ୍ନ ରେ ପ୍ରସାଦ ସେବନ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ
ମାହାଙ୍ଗା :  ମାହାଙ୍ଗା ଜରିଆ ନଦୀକୂଳ ଲଙ୍ଗଳେଶ୍ବର ମହାଦେବ ମନ୍ଦିର ନିକଟରେ ଅବସ୍ଥିତ ସାଇ ପ୍ରଶାନ୍ତି ମନ୍ଦିରର
୬ଷ୍ଠ ବାର୍ଷିକ ଉତ୍ସବ ଚଳିତ ମାର୍ଚ୍ଚ ମାସ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ବ୍ୟାପୀ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହେବାକୁ ଯାଉଅଛି ।


ଏହି ଉପଲକ୍ଷେ ୨୫ ତାରିଖ ବୁଧବାର ପୂର୍ବାହ୍ନରେ ଅଙ୍କୁରାରୋପଣ ଓ ସନ୍ଧ୍ୟାରେ ଜରିଆ ନଦୀ ଆଳତୀ କରାଯିବ ।
୨୬ ତାରିଖ ଗୁରୁବାର ପ୍ରାତଃ ୮ ଘଟିକା ସମୟରେ କଳସ ଶୋଭାଯାତ୍ରା ପରେ ପରେ ଯଜ୍ଞ ଆରମ୍ଭ କରାଯିବ। ୨୭ ତାରିଖ ଶୁକ୍ରବାର ପବିତ୍ର ରାମନବମୀ ଅବସରରେ ସାଇବାବାଙ୍କର ଦିବ୍ୟ ଚଭାଡି ଶୋଭାଯାତ୍ରା ଦିନ ୩ ଟା ବେଳେ ଆରମ୍ଭ କରାଯିବା ସହ ୨୮ ତାରିଖ ଦିନ ସନ୍ଧ୍ୟାରେ ଯଜ୍ଞ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ, ଜଣାଣ, ପ୍ରବଚନ, ନୃତ୍ୟ – ଗୀତ ଆଦି ଅନେକ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିବା ବେଳେ ୨୬,୨୭ ଓ ୨୮ ତାରିଖ ୩ ଦିନ ଧରି ମଧ୍ୟାହ୍ନ ୧୨ଟା ଠାରୁ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ବୋଲି ମାହାଙ୍ଗା ସାଇ ପ୍ରଶାନ୍ତି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତଙ୍କୁ ଜଣାଇ ଦିଆଯାଇଛି । ଉପରୋକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପରିଚାଳନା କମିଟି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *