Odisha Police Final Collage Make

ନିଶାଦ୍ରବ୍ୟ ବିରୋଧରେ ଓଡ଼ିଶା ପୋଲିସର ଐତିହାସିକ ସଫଳତା; ୩,୦୦୦ କୋଟିରୁ ଅଧିକ ମୂଲ୍ୟର ନିଶାଦ୍ରବ୍ୟ ଜବତ

ରାଜ୍ୟ
Spread the love

ଭୁବନେଶ୍ୱର: ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସ ଅଭୂତପୂର୍ବ ସଫଳତା ହାସଲ କରିଛି। ୦୧.୦୧.୨୦୨୫ ରୁ ୨୮.୦୨.୨୦୨୬ ମଧ୍ୟରେ ୧,୪୪୪ କୋଟି ଟଙ୍କା ମୂଲ୍ୟର ବେଆଇନ ଗଞ୍ଜେଇ ଚାଷ ନଷ୍ଟ, ୧,୩୪୬ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ୨୦୦ କୋଟି ଟଙ୍କା ମୂଲ୍ୟର ୧,୮୬୨ ଲିଟର ଗଞ୍ଜେଇ ତେଲ ଜବତ, ୪୧.୭ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ ଏବଂ ୧୦.୧୭ କୋଟି ଟଙ୍କା ମୂଲ୍ୟର କଫ ସିରପ ଜବତ କରାଯାଇଛି। ଏହି ସମୟସୀମା ମଧ୍ୟରେ ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ଭୁବନେଶ୍ୱରସ୍ଥିତ ପୋଲିସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ପୋଲିସର ସୁନିୟୋଜିତ ଓ ସ୍ୱତନ୍ତ୍ର ରଣନୀତିର ଫଳସ୍ୱରୂପ ରାଜ୍ୟରେ ନିଶା ମାଫିଆ ନେଟୱର୍କକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରାଯାଇଛି। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିଶାମୁକ୍ତ ଭାରତ ଆହ୍ୱାନ ତଥା କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ୧୫ ସୂତ୍ରୀ ମାର୍ଗଦର୍ଶୀକାକୁ ଆଧାର କରି ସାରା ଦେଶରେ ନିଶା ବିରୋଧୀ ଅଭିଯାନ ଜାରି ରହିଥିବା ବେଳେ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ନେତୃତ୍ୱରେ ଓଡ଼ିଶା ପୋଲିସ ଏହି ଐତିହାସିକ ସଫଳତା ହାସଲ କରିଛି।

ଡିଜିପି ଶ୍ରୀ ଖୁରାନିଆ ଘୋଷଣା କରିଛନ୍ତି ଯେ, ରାଜ୍ୟରେ ନିଶାଦ୍ରବ୍ୟ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ରାଜ୍ୟବ୍ୟାପୀ ୧ ଏପ୍ରିଲ ୨୦୨୬ ଠାରୁ ଆରମ୍ଭ କରାଯିବ। ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟରୁ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ହେଉଛି ପୋଲିସର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ରାଜ୍ୟରେ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ମୁଖ୍ୟତଃ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଦେଖିବାକୁ ମିଳୁଥିବା ବେଳେ ନକ୍ସଲମାନଙ୍କ ପାଇଁ ଏହା ସହଜ ରୋଜଗାରର ମାଧ୍ୟମ ହୋଇଥିଲା। ଘନ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ କରି ସେମାନେ ଅସାମାଜିକ କାର୍ଯ୍ୟକଳାପକୁ ଜାରି ରଖୁଥିଲେ। ତେବେ ଓଡ଼ିଶା ପୋଲିସର ନିରନ୍ତର ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନର ଫଳସ୍ୱରୂପ, ଯେଉଁ ନକ୍ସଲ ଗୋଷ୍ଠୀ ଏକଦା ୧୨ ଟି ଜିଲ୍ଲାରେ ସକ୍ରିୟ ଥିଲେ, ସେମାନେ ଏବେ ମାତ୍ର ୨ ରୁ ୩ ଟି ଜିଲ୍ଲାରେ ସୀମିତ ରହିଛନ୍ତି। ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗଜପତି, ରାୟଗଡ଼ା ଓ କୋରାପୁଟ ଭଳି ଜିଲ୍ଲାରେ ଗଞ୍ଜେଇ ଚାଷ ୫୦ ପ୍ରତିଶତ ହ୍ରାସ ପାଇଛି।

୧ ଜାନୁୟାରୀ ୨୦୨୫ ଠାରୁ ୨୮ ଫେବୃୟାରୀ ୨୦୨୬ ମଧ୍ୟରେ ସାରା ରାଜ୍ୟରେ ରେକର୍ଡ ସଂଖ୍ୟକ ମୋଟ ୪୮,୧୬୦ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧,୪୪୪ କୋଟି ଟଙ୍କାରୁ ଅଧିକ। ୨୦୨୫ ମସିହାରେ ୬୭୦ ମାମଲା ରୁଜୁ କରାଯାଇ ୭ ଜଣଙ୍କୁ ଗିରଫ କରାଯିବା ସହ ୨୯,୪୯୩ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା। ସେହିପରି ୨୦୨୬ ମସିହା ଫେବୃୟାରୀ ୨୮ ତାରିଖ ମଧ୍ୟରେ ୩୫୭ ମାମଲା ରୁଜୁ କରାଯାଇ ୨୮ ଜଣଙ୍କୁ ଗିରଫ କରାଯିବା ସହ ୧୮,୬୬୭ ଏକର ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି।

ସାରା ରାଜ୍ୟରେ ୨,୬୯,୧୬୬ କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ବଜାର ମୂଲ୍ୟ ୧,୩୪୬ କୋଟି ଟଙ୍କାରୁ ଅଧିକ। ୨୦୨୫ ମସିହାରେ ୧,୩୮୯ ଟି ମାମଲା ରୁଜୁ କରାଯାଇ ୧,୯୯୧ ଜଣଙ୍କୁ ଗିରଫ କରାଯିବା ସହ ୧,୯୫,୧୩୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ୨୦୨୬ ମସିହା ଫେବୃୟାରୀ ୨୮ ତାରିଖ ମଧ୍ୟରେ ୨୧୭ ମାମଲା ରୁଜୁ କରାଯାଇ ୩୪୩ ଜଣଙ୍କୁ ଗିରଫ କରାଯିବା ସହ ୭୪,୦୩୬ କେଜି ଗଞ୍ଜେଇ ଜବତ କରାଯାଇଛି।

ବ୍ରାଉନ ସୁଗାର କାରବାରକୁ ରୋକିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ଉ କରାଯାଇଥିଲା। ଏହି ସମୟସୀମା ମଧ୍ୟରେ ୨୦ କେଜି ୬୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୪୧.୭ କୋଟି ଟଙ୍କାରୁ ଅଧିକ। ମୋଟ ୪୪୫ ଟି ମାମଲା ରୁଜୁ କରାଯାଇ ୯୧୦ ଜଣଙ୍କୁ ଗିରଫ କରାଯାଇଛି। ୨୦୨୫ ମସିହାରେ ୩୫୨ ଟି ମାମଲା ରୁଜୁ କରାଯାଇ ୭୧୯ ଜଣଙ୍କୁ ଗିରଫ କରିବା ସହ ୧୮ କେଜି ବ୍ରାଉନ ସୁଗାର ଜବତ କରାଯାଇଥିଲା। ୨୦୨୬ ମସିହା ଫେବୃୟାରୀ ୨୮ ତାରିଖ ମଧ୍ୟରେ ୯୩ ଟି ମାମଲା ରୁଜୁ କରାଯାଇ ୧୯୧ ଜଣଙ୍କୁ ଗିରଫ କରାଯିବା ସହ ୨ କେଜି ୬୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି।

ସେହିପରି କଫ ସିରପ କାରବାର ରୋକିବା ପାଇଁ ପୋଲିସ ବିଭିନ୍ନ ସମୟରେ ଚଢ଼ଉ କରି ୧,୦୧,୭୫୫ ବୋତଲ କଫ ସିରପ ଜବତ କରିବା ସହ ୨୩୬ ଜଣଙ୍କୁ ଗିରଫ କରିଛି। ୨୦୨୫ ମସିହାରେ ୬୯ ଟି ମାମଲା ରୁଜୁ କରାଯାଇ ୨୦୩ ଜଣଙ୍କୁ ଗିରଫ କରିବା ସହ ୭୮,୯୬୯ ବୋତଲ କଫ ସିରପ ଜବତ କରାଯାଇଥିଲା। ୨୦୨୬ ମସିହା ଫେବୃୟାରୀ ୨୮ ତାରିଖ ମଧ୍ୟରେ ୧୦ ଟି ମାମଲା ରୁଜୁ କରାଯାଇ ୩୩ ଜଣଙ୍କୁ ଗିରଫ କରାଯିବା ସହ ୨୨,୭୮୬ ବୋତଲ କଫ ସିରପ ଜବତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ କୋରାପୁଟ ଜିଲ୍ଲା ପୋଲିସ ଗଞ୍ଜେଇ ତେଲ ପ୍ରସ୍ତୁତିକରଣର ଏକ ୟୁନିଟ ଉପରେ ଚଢ଼ଉ କରି ୧,୮୦୦ ଲିଟରରୁ ଊର୍ଦ୍ଧ୍ୱ ଗଞ୍ଜେଇ ତେଲ ଜବତ କରିଥିଲା, ଯାହାର ବଜାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା। ଏହା ସହ ୧,୦୦୦ କିଲୋଗ୍ରାମରୁ ଊର୍ଦ୍ଧ୍ୱ ଗଞ୍ଜେଇ ମଧ୍ୟ ଜବତ କରାଯାଇଥିଲା, ଯାହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା। ଉକ୍ତ ୟୁନିଟକୁ ଧ୍ୱଂସ କରାଯିବା ସହ କେରଳ ରାଜ୍ୟର ୪ ଜଣ ଅପରାଧୀ ଏବଂ ଓଡ଼ିଶାର ୩ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିଲା। ସେହିପରି ୨୦୨୫ ମସିହାରେ ୬୦ ଲିଟର ଗଞ୍ଜେଇ ତେଲ ଜବତ କରାଯିବା ସହ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ନିଶାଦ୍ରବ୍ୟ ନଷ୍ଟ କରିବା ଦିଗରେ ମଧ୍ୟ ପୋଲିସ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ବିଗତ ୨ ବର୍ଷ ମଧ୍ୟରେ ୬୩୪ ମାମଲାରେ ଜବତ ହୋଇଥିବା ୬୭ ଟନ ଗଞ୍ଜେଇକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି। ସେହିପରି ୩ ଟି ମାମଲାରେ ଜବତ ହୋଇଥିବା ୧,୦୧୬ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ମଧ୍ୟ ନଷ୍ଟ କରାଯାଇଛି। ସେପ୍ଟେମ୍ବର ୨୦୨୫ ରେ ଓଡ଼ିଶା ପୋଲିସ ପକ୍ଷରୁ ପରିଚାଳିତ ସ୍ୱତନ୍ତ୍ର ଅଭିଯାନ “ପ୍ରହାର” ଅଧୀନରେ ୩୩୯ ଟି ମାମଲା ରୁଜୁ କରାଯାଇ ୪୮୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ୧୨,୭୩୬ କେଜି ଗଞ୍ଜେଇ, ୨,୧୮୫ ଗ୍ରାମ ବ୍ରାଉନ ସୁଗାର ଏବଂ ୫,୪୬୮ ବୋତଲ କଫ ସିରପ ଜବତ କରାଯାଇଛି।

ନିଶା ବେପାରୀଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବ୍ୟାଜପ୍ତି କରାଯାଇଛି। STF ଦ୍ୱାରା ପ୍ରଶିକ୍ଷିତ K-9 ସ୍ନାଇଫର ଶ୍ୱାନଙ୍କ ସହାୟତାରେ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଗୁଡ଼ିକରେ କଡ଼ା ନଜର ରଖାଯାଇଛି।

ଦଣ୍ଡବିଧାନ ସହିତ ସଚେତନତା ଓ ସଂସ୍କାର ଉପରେ ମଧ୍ୟ ଓଡ଼ିଶା ପୋଲିସ ସମାନ ଗୁରୁତ୍ୱ ଦେଉଛି। ଓଡ଼ିଶାରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ୨୯ ଟି ଜିଲ୍ଲାରେ ୪୧ ଗୋଟି ଏବଂ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ୧୧ ଗୋଟି, ମୋଟ ୫୨ ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ୧୫ ଜଣ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରରେ ୩୦ ଜଣ ଲେଖାଏଁ ନିଶାସକ୍ତ ବ୍ୟକ୍ତିମାନଙ୍କ ପାଇଁ ମାଗଣାରେ ଏକ ମାସ ପର୍ଯ୍ୟନ୍ତ ରହିବା, ଖାଇବା, ଚିକିତ୍ସା ସହିତ ବୈଷୟିକ ତାଲିମ ଦିଆଯାଉଛି। ଏପର୍ଯ୍ୟନ୍ତ ୧୯,୩୯୫ ଜଣ ବ୍ୟକ୍ତି ନିଶାରୁ ନିବୃତ୍ତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।

ରାଜ୍ୟବାସୀଙ୍କୁ ନିଶାମୁକ୍ତ ରଖିବା ପାଇଁ ବିଭିନ୍ନ ସ୍କୁଲ, କଲେଜ ଓ ସର୍ବସାଧାରଣ ସ୍ଥାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଓଡ଼ିଶା ପୋଲିସ ରାଜ୍ୟବାସୀଙ୍କୁ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ଅନୁରୋଧ କରିବା ସହ ନିଶା କାରବାର ସମ୍ପର୍କିତ କୌଣସି ସୂଚନା ଥିଲେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ହେଲ୍ପଲାଇନ ନମ୍ବରରେ ଜଣାଇବାକୁ ଆହ୍ୱାନ ଦେଇଛି।

ଅଭ୍ୟାସଗତ ନିଶା ବ୍ୟବସାୟୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ପୋଲିସ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ନିଶା ବ୍ୟବସାୟୀମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବାକୁ PITNDPS Act ର ଧାରା ୩, ୧୯୮୮ ଅନୁଯାୟୀ NSA ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରಮରେ ମୋଟ ୧୬ ଟି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଏଥିରୁ PITNDPS Act ର ଧାରା ୩, ୧୯୮୮ ଅନୁଯାୟୀ ୨ ଟି ମାମଲାରେ ଦୁଇ ଜଣ ନିଶା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଉଭୟ ବର୍ତ୍ତମାନ ଜେಲରେ ରହିଛନ୍ତି।

Leave a Reply

Your email address will not be published. Required fields are marked *