ଭୁବନେଶ୍ଵର:ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କଲେ ସୌଭିକ ବିଶ୍ଵାଳ। ସେ କହିଛନ୍ତି ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ସହ୍ୟ କରିପାରିବି ନାହିଁ। ଯଦି ଏଥିପାଇଁ ମୋତେ ଗୁଳି ଖାଇବାକୁ ପଡେ ତାହାଲେ ସାମ୍ନା କରିବି।କେବଳ ବାପାଙ୍କ ପାଇଁ ବିଧାନସଭା ଯିବାକୁ ସୁଯୋଗ ମିଳିଛି। ମୋତେ ନିଲମ୍ବନ ନୁହେଁ ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି।ବାପାଙ୍କୁ ବହିଷ୍କାରର ୫ ଦିନପରେ ମୋତେ ନବୀନ ନିବାସରୁ ଡାକରା ଆସିଥିଲା। ଭାବିଥିଲି ମୋତେ ବାପାଙ୍କ ବିଷୟରେ ଡାକି କିଛି କହିବେ ବୋଲି ମାତ୍ରେ ସେଠାରେ ନିର୍ମାଲ୍ୟ ଛୁଆଁଇ ସଂତୃପ୍ତ ମିଶ୍ରଙ୍କୁ ଭୋଟ ଦେବାକୁ କହିଲେ। ମୁଁ ସିଧାମନା କରିଥିଲି, ଏହି ନିଷ୍ପତ୍ତି ମୁଁ ନେଇ ପାରିବିନି । ଏହି ନିଷ୍ପତ୍ତି ବାପା ନେବେ ମୁଁ ସେମାନଙ୍କୁ କହିଥିଲି।
ଗତକାଲି ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୬ ଜଣ ବିଜେଡ଼ି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ବିଧାୟକଙ୍କ ଭିତରେ ବାରବାଟୀର ବିଧାୟକ ସୌଭିକ ବିଶ୍ୱାଳ ଏଥିରେ ଅର୍ନ୍ତଭୁକ୍ତ। ଦଳବିରୋଧୀ କାର୍ଯ୍ୟକଳାପ ଓ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କାରଣରୁ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।
