“ପଢିବା ଗଢିବା ଓଡିଶା” ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର ରାଜ୍ୟ
Spread the love

କଟକ : ୪୨ ମୌଜା ଦେଉଳି ସ୍ଥିତ ପି.ଏମ ଶ୍ରୀ ନୋଡାଲ ବିଦ୍ୟାପୀଠରେ “ପଢିବା ଗଢିବା ଓଡିଶା” ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ମିଶ୍ର ଅଧ୍ୟକ୍ଷତା କରିଥିଲେ ଓ ସହ ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପ ଲତା ସାହୁ ମଞ୍ଚ ପରିଚାଳନା କରିଥିଲେ।

ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା “ପଢିବା ଗଢିବା ଓଡିଶା” କାର୍ଯ୍ୟକ୍ରମ ପ୍ରଦର୍ଶନୀ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ସାହିତ୍ୟିକ ମୁରଲୀଧର ଶତପଥୀ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ବିଜୟ ଲକ୍ଷ୍ମୀ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟ ଛାତ୍ର ସଂସଦର ସଦସ୍ୟ ସନ୍ତୋଷ କୁମାର ପତି, ନିରାପତ୍ତା କମିଟିର ସଦସ୍ୟ କ୍ଷୀରୋଦ ଚନ୍ଦ୍ର ମୁଦୁଲି ଓ ଶ୍ରୀମତୀ ସୁଜାତା ସ୍ୱାଇଁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ପରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ପତ୍ରିକା “ବାଲୁକା” ସଭାରେ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା କର୍ମଚାରୀ ମାନଙ୍କ ମିଳିତ ସହଯୋଗରେ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା।

Leave a Reply

Your email address will not be published. Required fields are marked *