ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସ ସାଜିଛି ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ

ରାଜ୍ୟ
Spread the love

କଟକ : ଶ୍ରୀ ମନ୍ଦିରର ଜଗୁଆଳି ସାଜିଥିବା ସବୁ ଭକ୍ତ ମାନଙ୍କର ଆସ୍ଥା ଓ ବିଶ୍ୱାସ ଜନ୍ମେଇଥିବା “ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ” । ମନ୍ଦିରକୁ ଜଗିବା ସହିତ ମନ୍ଦିର ସମ୍ମୁଖରେ ଏହାର (କଣ୍ଟ୍ରୋଲ ରୁମ୍) ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରାଯାଇଥାଏ । ସୂଚନାଯୋଗ୍ୟ ପୂଜା ମହାରଥ ଖୋର୍ଦ୍ଧା ଯାହାଙ୍କର କିଛି ଟଙ୍କା ସହିତ ବିଭିନ୍ନ ପ୍ରକାର ଦାମିକିଆ ସାମଗ୍ରୀ ଶ୍ରୀ ମନ୍ଦିର ପାଖରେ ଅସାବଧାନତା ବସତ ହଜାଇ ଥିବାବେଳେ ତାହା “ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ”ଙ୍କ ଟିମ୍ ଯଥା ସିପାହି ୧୬୩ ମାନସ କୁମାର ସାହୁଙ୍କ ଦ୍ଵାରା ହସ୍ତଗତ କରାଗଲା ।

ଏହି ସମୟରେ ରଞ୍ଜିତ ଲେଙ୍କା (ସୁବେଦାର)ଙ୍କ ଅଧ୍ୟକ୍ଷତାରେ ତାଙ୍କୁ ଫେରସ୍ତ ବା ହସ୍ତଗତ କରାଯାଇଛି । ଏହି ସମୟରେ କେ.ଡି.ରାଓ ଏବଂ ଆର.ଏମ ଜାନୀ (ସବ୍ ଇନ୍ସପେକ୍ଟର) ବାଦଲ ବେହେରା ଏବଂ ଏସ ପି ବଳ (ହାବିଲଦାର), ଲଲେନ୍ଦୁ ପଟେଲ (ସିପାହୀ) ପ୍ରମୁଖ ଉପସ୍ଥିତ ଥିଲେ । ସବୁ ସମୟରେ ଏହିପରି ମହତ୍ ଜନ ହିତକର କାର୍ଯ୍ୟଦେଖି ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି । ଏହାକୁ ଦେଖି ତାପସ ରଂଜନ ଦାସ(କମାଣ୍ଡାଣ୍ଟ),ଡେପୁଟି କମାଣ୍ଡାଣ୍ଟ କୌସୁକି ନାଏକ,ଦୀପକ କୁମାର ଗଡ଼ନାୟକ ଏବଂ ପୁରୀ ଏସପି ଦିୟିତ୍ୱରେ ଥିବା ପ୍ରତୀକ ସିଂ ଏହାକୁ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହିପରି ଭକ୍ତ ମାନଙ୍କର ଆସ୍ଥା ଓ ବିଶ୍ୱାସ ଜନ୍ମେଇ ଥିବାରୁ (ଡି.ଜି) ଯୋଗେଶ ବାହାଦୂର ଖୁରାନିଆ ଉଚ୍ଚ ପ୍ରଶଂସା କରିବା ସହିତ ଏହିପରି ଭାବରେ ପ୍ରଶଂସନୀୟ କାର୍ଯ୍ୟ ଆଗକୁ କରିବା ନେଇ ଉତ୍ସାହ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *