Court 3

ମଇ ୯ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ

ରାଜ୍ୟ
Spread the love

କଟକ  :  କଟକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଓ ସମସ୍ତ ତାଲୁକ୍ ଆଇନ ସେବା କମିଟି ପରିସରରେ ଆସନ୍ତା ୯.୦୫.୨୦୨୬ରିଖ (ଶନିବାର) ପୂର୍ବାହ୍ନ ୧୦ଘଟିକା ସମୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ପ୍ରକାର ପ୍ରାକ୍ ତଥା ବିଚାରଧୀନ ମକଦ୍ଦମା ଯଥା ସମାଧାନଯୋଗ୍ୟ ଟ୍ରାଫିକ୍ ଚାଲାଣ, ଦୋଷ ସ୍ୱୀକାର ବୁଝାମଣା, ମୋଟରଯାନ ଜନିତ ଦୁର୍ଘଟଣା, ଶ୍ରମ ବିବାଦ, ଜମି ଅଧିଗ୍ରହଣ, କ୍ଷତିପୂରଣ, ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ ଓ ଫୌଜଦାରୀ ଆଦି ମାମଲାର ଆପୋଷ ସହମତିରେ ସମାଧାନ କରାଯାଇପାରିବ ।
ଲୋକ ଅଦାଲତରେ ମକଦ୍ଦମା/ ବିବଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ, ଚୂଡାନ୍ତ ଏବଂ ଅମଳଯୋଗ୍ୟ ।

Leave a Reply

Your email address will not be published. Required fields are marked *