ସାରଳାହାଟରେ ଉତ୍ପାଦନକ୍ଷମ, ଖରିଫଧାନଚାଷ ପାଇଁ ପ୍ରଶିକ୍ଷଣ ଶିବିର

ରାଜ୍ୟ
Spread the love

ଝଙ୍କଡ଼  :  ଉପକୂଳ ଓଡିଶା ର ଖାଲୁଆ ଓ ଉଚ୍ଚଜମି ଉପରେ, ଅଧିକ ଉତ୍ପାଦନ କ୍ଷମ ଖରିଫଧାନ ଚାଷ ପାଇଁ, ଉନ୍ନତମାନର ବିହନ କୁ ଆଗୁଆ ସଂଗ୍ରହ କରିବା, ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବିହନ ବୁଣିବା, କ୍ଷେତ ମଜୁରିଆ ଙ୍କ କାମକୁ ନିୟମିତ ତଦାରଖ କରିବା,ରୋଇବାର ତିରିଶ ପଇଁତିରିଶ ଦିନପରେ, କାଦୁଆମାଟିରେ ଖାଦ୍ୟସାର ବା ଉତ୍କୃଷ୍ଟ ଖତ ପ୍ରୟୋଗ କରାଗଲେ, ଷାଠିଏ ସତୁରି ଦିନ ମଧ୍ୟରେ ଧାନକେଣ୍ଡା ବାହାରିବl ସହିତ ଏକର ପ୍ରତି, ତିରିଶ ରୁ ପଇଁତିରିଶ କୁଇଣ୍ଟାଲ ଧାନ ଚାଷୀମାନେ ଉତ୍ପାଦନ କରିବାପାଇଁ ସକ୍ଷମ ହୋଇପାରିବେ ବୋଲି ଏହି ପ୍ରଶିକ୍ଷଣ ଶିବିରରେ, ପରାମର୍ଶଦାତା ଭାବରେ ଯୋଗଦେଇ, ଟି ଏସ ଏମ ର ପ୍ରଶିକ୍ଷକ ଅଲେଖ ପ୍ରସାଦ ସାହୁ, ଉପସ୍ଥିତ ଚାଷୀଭାଇ ମାନଙ୍କୁ ମାର୍ଗଦର୍ଶନ କରାଇଛନ୍ତି l

ତେବେ ସମସ୍ତପ୍ରକାରର ଉନ୍ନତମାନର ବିହନ ଓ ଖାଦ୍ୟସାର କନକପୁର ସାରଳା ହାଟ ସ୍ଥିତ ଶ୍ରୀରାମ ସିଡ଼ସ ରେ ଉପଲବ୍ଧ ହୋଇପାରିବ ବୋଲି ପ୍ରଶିକ୍ଷକ ସୂଚନା ପ୍ରଦାନ କରିଥିଲେ l ଏହି ପ୍ରଶିକ୍ଷଣଶିବିର ରେ ବୈଷ୍ଣବ ଚରଣ ସ୍ୱାଇଁ, ଅକ୍ଷୟ କୁମାର ମହାନ୍ତି, ଭାନୁପତି, ଉତ୍ତମ ଦାସ, ରବୀନ୍ଦ୍ର ଦାସ, ଶରତ ଚନ୍ଦ୍ର ଦାସ, ନିରଞ୍ଜନ ଭୂୟାଁ, ବଳରାମ ଦାସ, ଦୀପକ ନାୟକ, ସମରେନ୍ଦ୍ର ଭୋଳ, ବିମଳେନ୍ଦୁ ନନ୍ଦ ଓ ପ୍ରଫୁଲ୍ଲ ଚନ୍ଦ୍ର ରାଉତ ପ୍ରମୁଖ ଚାଷୀମାନେ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ପରିଶେଷରେ ଫିଲଡ଼ ସହକାରୀ ଅସିତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଭାସ୍କର ଚନ୍ଦ୍ର ନାୟକ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *