ଟ୍ରେନ୍‌ ଉପରେ ରିଲ୍‌ସ ସୁଟିଂ: ଛୁଇଁ ଦେଲା ୩୩ହଜାର କେଭି ତାର, ଜଳିଗଲେ ଯୁବକ

ରାଜ୍ୟ
Spread the love

ଭୁବନେଶ୍ବର : ରବିବାର ପୂର୍ବାହ୍‌ଣରେ ମଞ୍ଚେଶ୍ବର ରେଳୱେ ଷ୍ଟେସନରେ ଜଣେ ଯୁବକ ଟ୍ରେନ୍ ବଗି ଉପରେ ଠିଆ ହୋଇ ରିଲ୍‌ସ ନେବା ବେଳେ ନିକଟରେ ଥିବା ଉଚ୍ଚଶକ୍ତି ସମ୍ପନ୍ନ ୩୩ ହଜାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଜଳିଯାଇଛନ୍ତି।
ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରାଯାଇ ପ୍ରଥମେ ରେଳବିଭାଗ ପୁଲିସ୍ ମଞ୍ଚେଶ୍ବର ରେଲୱେ ହସ୍ପିଟାଲ ପରେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସାପାଇଁ ସ୍ଥାନାନ୍ତର କରିଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏକ ସ୍ବତନ୍ତ୍ର ଆମ୍ବୁଲାନସ୍ ଯୋଗେ ତାଙ୍କୁ ଏମ୍ସ ମେଡ଼ିକାଲକୁ ପଠାଇ ଦିଆଯାଇଛି। ବର୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଅଛି। ଯୁବକ ଜଣଙ୍କ ଘର ରାଜ୍ୟସ୍ଥାନରେ ହୋଇଥିଲା ବ‌େଳେ ତାଙ୍କ ନାମ ରାମେଶ୍ବର ଦୋଶୋରା(୧୯)।
ପୁଲିସ ଠାରୁ ମିଳିଥିବା ସୂଚନାରେ, ଯୁବକ ଜଣଙ୍କ ଇନ୍‌ଫୋସିଟି ଛକରେ ଥିବା ଏକ କେନ୍ଦ୍ର ସରକାରଙ୍କ ଧନ୍ଦାମୂଳକ ଶିକ୍ଷାକେନ୍ଦ୍ର (ସିଟିଟିସି)ରେ ଛାତ୍ରଭାବେ ପାଠ ପଢ଼ୁଥିଲେ। ଖରାଦିନ ଛୁ‌ଟିହୋଇଥିବାରୁ ସେ ତାଙ୍କର ଜଣେ ସାଙ୍ଗଙ୍କ ସହିତ ନିଜ ରାଜସ୍ଥାନ ଫେରୁଥିଲେ। ସମୟ ପୂର୍ବରୁ ଷ୍ଟେସନରେ ପହଞ୍ଚି ଆମୋଦ ପ୍ରମୋଦ କରିବାପାଇଁ ‌ବିଭିନ୍ନ ପ୍ଲାଟଫର୍ମରେ ନିଜ ସାଙ୍ଗ ସହିତ ରିଲସ୍ ସୁଟିଂ କରୁଥିଲା ବେଳେ ସେ ହଠାତ୍ ସେଲଫି ଉଠାଇବା ପାଇଁ ପ୍ଲାଟଫମର ରଖାଯାଇଥିବା ଏକ ମାଲ୍‌ବାହୀ ଟ୍ରେନ୍ ଉପରେ ଚଢ଼ିଯାଇ ସେଲଫି ଉଠାଉଥିଲେ। ଏହି ସମୟରେ ଉପରେ ଝୁଲୁଥିବା ୩୩ ହଜାର କେଭି ବୁଦ୍ୟତ୍ ତା’ର ତାଙ୍କ ହାତ ଓ ମୁଣ୍ଡରେ ସ୍ପର୍ଶକରିଥିଲା। ସେ ବିଦ୍ୟୁତଆଘାତରେ ଆହତହୋଇ ତଳକୁ ଖସିପଡ଼ିଥିଲେ। ତାଙ୍କ ଶରୀର ବିଭିନ୍ନ ଅଂଶରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟଲୋକ ‌ଷ୍ଟେସନ୍ ମଷ୍ଟରଙ୍କୁ ସୂଚନାଦେଲେ। ଜିଆରପି ଘଟଣାସ୍ଥଳରେ ପହଞ୍ଚି ଯୁବକଜଣଙ୍କୁ ଆମ୍ବୁଲାନସଯୋଗେ ନିକଟ ରେଳବାଇ ହସ୍ପିଟାଲକୁ ନେଇଯାଇଥିଲେ।
ସୂଚନାଥାଉକି ଏହି ଷ୍ଟେସନରେ ସମାନ ଢ଼ଙ୍ଗରେ ଅନେକ ଯୁବକଙ୍କ ପ୍ରାଣଗଲାଣି। ଷ୍ଟେସନରେ ରିଲିସ୍ ସୁଟିଂପାଇଁ ଆସି ଅନେକ ଯୁବକ ପ୍ରାଣ ହରାଇଲେଣି। ଏସବୁ ଘଟଣାପ‌ାଇଁ ସ୍ଥାନୀୟ ଲୋକ ‌ଯାତ୍ରୀଙ୍କୁ ସଚେତନ କରିବା ‌ନିମନ୍ତେ ଷ୍ଟେସର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଇବାପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *