ଯୋଗ ସମଗ୍ର ବିଶ୍ୱକୁ ଯୋଡ଼େ: ପ୍ରଧାନମନ୍ତ୍ରୀ

ରାଜ୍ୟ
Spread the love

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ପାଇଁ କେବଳ ଭାରତ ନୁହେଁ, ବିଶ୍ବର ୧୯୧ଟି ଦେଶ ଉତ୍ସାହିତ ଅଛନ୍ତି। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଯୋଗ ବିଭିନ୍ନ କ୍ଷେତ୍ରରେ ପାଳନ ହେଉଛି। ଜଳ, ସ୍ଥଳ, ପାହାଡ଼ରେ ମଧ୍ୟ ଯୋଗ ଦିବସ ପାଳନ ପାଇଁ ଆୟୋଜନ ହୋଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ଯୋଗ ଦିବସ ପାଇଁ ପଦକ୍ଷେପ ନିଆଯାଇଛି। କୋଲକାତାର ରେଡ୍‌ ‌ରୋଡ୍‌ରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଉଛନ୍ତି। ଦ୍ବାଦଶତମ ଯୋଗ ଦିବସରେ ମୋଦୀଙ୍କ ସହିତ ଯୋଗ କରିବା ପାଇଁ ୬ ଲକ୍ଷ ଲୋକ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି। ଆଞ୍ଚଳିକସ୍ତର ଠାରୁ ଜାତୀୟସ୍ତର ପର୍ଯ୍ୟନ୍ତ ଯୋଗ ଦିବସ ପାଳନ ହେଉଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ଅଧିକାରୀ ତଥା କର୍ମଚାରୀମାନେ ‌ଯୋଗରେ ସାମିଲ ହେଉଛନ୍ତି। ସେହିପରି ଯୁବଗୋଷ୍ଠୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ସହିତ ଜଡ଼ିତ ହେଉଛନ୍ତି। ଚଳିତ ବର୍ଷ ଯୋଗ ପାଇଁ ‘ସୁସ୍ଥ ଜୀବନ ପାଇଁ ଯୋଗ’ ଥିମ୍‌ ରଖାଯାଇଛି।

 

ଯୋଗ ପରଂପରା

ଯୋଗ ପରଂପରା ବହୁ ପ୍ରାଚୀନ। ଭାରତରେ ଏହା ପ୍ରାୟ ୬୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା କଥା କୁହାଯାଇଥାଏ। ଏହା ହେଉଛି ଶରୀର, ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି। ଯୋଗର ଅନେକ ଶାଖା ଓ ଅଭ୍ୟାସ ରହିଛି। ହିନ୍ଦୁଧର୍ମ, ବୌଦ୍ଧଧର୍ମ ଓ ଜୈନଧର୍ମରେ ବିଭିନ୍ନ ସାଧନା ମାର୍ଗ ରହିଛି। ଯୋଗ ମାଧ୍ୟମରେ ମନର ଚିନ୍ତାଧାରା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଅଣାଯାଇପାରିବ।

ଯୋଗ ଦିବସରେ ୮.୭ କୋଟିର ଯୋଗ ପୋଷାକ, ମ୍ୟାଟ୍‌ ବିକ୍ରି

ବୈଦିକ ଯୁଗରେ ଯୋଗର ଉତ୍ପତ୍ତି

ପ୍ରାକ୍ ବୈଦିକ ଯୁଗରୁ ଯୋଗର ଉତ୍ପତ୍ତି ବୋଲି ଗ୍ରହଣ କରାଯାଏ। ସିନ୍ଧୁ ଉପତ୍ୟକା ସଭ୍ୟତାରୁ ମିଳିଥିବା ମୁଦ୍ରାରେ ଯୋଗାସନରେସ୍ଥିତ ପଶୁପତିଙ୍କ ଛବି ଯୋଗର ପ୍ରାଚୀନତା ପ୍ରତିପାଦନ କରିଥାଏ। ଋକବେଦରେ ମଧ୍ୟ ଯୋଗର ଉଲ୍ଲେଖ ରହିଛି। ବିଭିନ୍ନ ଉପନିଷଦରେ ଥିବା ବର୍ଣ୍ଣନା ଅନୁଯାୟୀ ଯୋଗର ବ୍ୟବହାର ବହୁ ପୁରାତନ। ବୌଦ୍ଧସୂତ୍ରରେ ମଧ୍ୟ ଯୋଗର ଉଲ୍ଲେଖ ରହିଛି। ତେବେ ପତଞ୍ଜଳିଙ୍କ ଯୋଗସୂତ୍ର ଯୋଗ ସମ୍ବନ୍ଧରେ ପ୍ରଥମ ଗ୍ରନ୍ଥ, ଯାହା ଯୋଗର ମାନସିକ ଓ ଦାର୍ଶନିକ ବାଖ୍ୟା କରିଥାଏ। ବୈଦିକ ଷଡ଼ଦର୍ଶନ ମଧ୍ୟରୁ ଯୋଗ ଅନ୍ୟତମ, ଯାହା ପତଞ୍ଜଳୀଙ୍କ ଯୋଗସୂତ୍ର ଉପରେ ଆଧାରିତ। ଯୋଗର ବିଭିନ୍ନ ମାର୍ଗ ସମ୍ପର୍କରେ ଭଗବତ୍ ଗୀତାରେ ବିସ୍ତୃତ ବର୍ଣ୍ଣନା ରହିଛି। ଯୋଗକୁ ଏବେ ସମଗ୍ର ବିଶ୍ବବାସୀ ଗୁରୁତ୍ବ ଦେଉଛନ୍ତି। ଯୋଗ ବଳରେ ଅନେକ ରୋଗ ମଧ୍ୟ ଭଲ ହେଉଛି। ଅନେକ କ୍ଷେତ୍ରରେ ଯେତେବେଳେ ଡାକ୍ତରୀ ଚିକିତ୍ସା ଫେଲ୍‌ ମାରୁଛି, ସେହି ସ୍ଥାନରେ ଯୋଗ ମାଧ୍ୟମରେ ରୋଗୀ ଭଲ ହୋଇଯାଇପାରୁଛି।

ଅନ୍ତର୍ଚେତନା ଜୀବାତ୍ମାର ମିଶ୍ରଣ

ଯୋଗ ହେଉଛି ସାଧନାର ଅନ୍ତର୍ଚେତନାର ବିକାଶ ଓ ମହାଚେତନା ସଙ୍ଗରେ ମିଳନର ପ୍ରକ୍ରିୟା। ଯୋଗର ଆକ୍ଷରିକ ଅର୍ଥ ହେଉଛି ମହାଚେତନା ପରମାତ୍ମା ସହିତ ଅନ୍ତର୍ଚେତନା ଜୀବାତ୍ମାର ମିଶ୍ରଣ। ଯୋଗ ଶବ୍ଦ ସଂସ୍କୃତ ‘ଯୁଜ୍’ ଧାତୂରୁ ଆସିଅଛି, ଯାହାର ଅର୍ଥ: ଏକତ୍ର କରିବା, ଯୁକ୍ତ କରିବା ବା ଯୁକ୍ତ ଅବସ୍ଥା ଅଟେ। ଆଧ୍ୟାତ୍ମିକ ଅର୍ଥରେ ଏହା ଜୀବାତ୍ମା ଓ ପରମାତ୍ମାଙ୍କ ମିଳନକୁ ବୁଝାଏ। ଯୋଗ ଶବ୍ଦର ଆହୁରି ଅନେକ ଅର୍ଥ ରହିଛି, ଯଦିଓ ଏକ ଆଧ୍ୟାତ୍ମିକ, ମାନସିକ, ଶାରୀରିକ ଶୃଙ୍ଖଳା ଭାବରେ ଏହାର ‘ଯୁକ୍ତ’ ଅର୍ଥକୁ ବୁଝାଯାଏ। ଯୋଗ ପାରମ୍ପରିକ ବୈଦିକ ସଡ଼ ଦର୍ଶନ ମଧ୍ୟରେ ଅନ୍ୟତମ। ଯୋଗର ପ୍ରୟୋଗ ଓ ମାର୍ଗକୁ ନେଇ ଅନେକ ଶାଖା ରହିଛି। ସବୁ ଶାଖା ମୁଖ୍ୟତଃ ଯୋଗର ମୂଳ ନିୟମ ଗୁଡିକ, ଏକାଗ୍ରତା ଓ ମାନସିକ ନିୟନ୍ତ୍ରଣ ଉପରେ ଆଧାରିତ। ଯୋଗର ନିମ୍ନସ୍ଥ ମୁଖ୍ୟ ଶାଖା ସବୁ ବର୍ତ୍ତମାନ ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *