ବ୍ରହ୍ମପୁରରୁ ସୁରଟକୁ ପ୍ରତିଦିନ ଚାଲିବ ଅମୃତ ଭାରତ

ରାଜ୍ୟ
Spread the love

​​​​​​​ବ୍ରହ୍ମପୁର: ବ୍ରହ୍ମପୁରରୁ ସୁରଟକୁ ଗଡ଼ିଲା ନିୟମିତ ଟ୍ରେନ ‘ବ୍ରହ୍ମପୁର – ସୁରଟ ଅମୃତ ଭାରତ ଏକ୍ସପ୍ରେସ’ । ସୋମବାର ବ୍ରହ୍ମପୁର ରେଳ ଷ୍ଟେସନରୁ ପତାକା ଦେଖାଇ ଏହି ନୂଆ ଟ୍ରେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି

ସୂଚନାଥାଉକି, ବ୍ରହ୍ମପୁରରୁ ସୁରଟକୁ ସପ୍ତାହକୁ ତିନି ଦିନ ଟ୍ରେନ ଚଳାଚଳ କରୁଥିଲା। କିନ୍ତୁ ଏବେ ବ୍ରହ୍ମପୁର-  ସୁରଟ ଟ୍ରେନ ନିୟମିତ ଚଳାଚଳ କରିବ। ଯାହାକୁ ସୋମବାର ସନ୍ଧ୍ୟା ୬ଟା ସମୟରେ ବ୍ରହ୍ମପୁର ୪ ନମ୍ବର ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ ବ୍ରହ୍ମପୁର – ସୁରଟ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁରରୁ ଏବେ ୪୫୦ ଟଙ୍କାରେ ଅମୃତ ଭାରତ ଟ୍ରେନରେ ଜଣେ ଯାତ୍ରୀ ସୁରଟକୁ ଯାତ୍ରା କରିବା ସୁବିଧା ପାଇବେ। କେବଳ ଏତିକି ନୁହେଁ ୩୦୦ କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁର ରେଳ ଷ୍ଟେସନ ବିଶ୍ବସ୍ତରୀୟ ରେଳ ଷ୍ଟେସନ ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଦୁଇ ବର୍ଷରେ କେନ୍ଦ୍ର ସରକାର ରେଳର ବିକାଶ ପାଇଁ ଓଡ଼ିଶାକୁ ୯୭ ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଅନୁଦାନ ପ୍ରଦାନ କରିଛନ୍ତି। ଏହା ସହ ଚାରି ଥାକିଆ ରେଳ ଲାଇନ କୋଲକାତାରୁ ଚେନ୍ନାଇ ପର୍ଯ୍ୟନ୍ତ ହେବ ବୋଲି  କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ବିକାଶ ଦିଗରେ ଅଗ୍ରସର ହେଉଛି ରାଜ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସେପଟେ ଗୋଟିଏ ଦିନରେ ଓଡ଼ିଶାରୁ ଦୁଇଟି ଟ୍ରେନର ଚଳାଚଳ ହେବା ରାଜ୍ୟ ପାଇଁ ଗୌରବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ରେଳ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରେଳର ବିକାଶ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ବହୁତ ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ ଆହୁରି କହିଛନ୍ତି ବିକଶିତ ଓଡ଼ିଶା ଦିଗରେ ରାଜ୍ୟର ବିକାଶ ଅଗ୍ରସର ହେଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋପାଳପୁର ବନ୍ଦ୍ରରରକୁ ସମ୍ପ୍ରସାରଣ କରାଯିବ। ୫ ହଜାରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ନିଯୁକ୍ତି ପାଇବେ। ବାହୁଦା ନଦୀ ମୁହାଣ ଠାରେ ନିର୍ମିତ ହେବ ଆଉ ଏକ ବନ୍ଦର। ଏଥିପାଇଁ ୨.୧୫ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।

ପୂର୍ବୋଦୟର ବିକାଶ ହେବ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିକଶିତ ଓଡ଼ିଶା ଗଠନ କରିବା ଲକ୍ଷ୍ୟ ରହିଛି। ବୁର୍ଲା, କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲକୁ ବିଶ୍ୱ ସ୍ତରୀୟ ମେଡିକାଲ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରିଛୁ। ପୂର୍ବୋଦୟ ବିକାଶର ହବ୍ ହେବ ଓଡ଼ିଶା।

ସେହିଭଳି ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ରେଳ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହାୟତା ସହଯୋଗକୁ ଭୁୟସୀ ପ୍ରଶଂସା କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ସେପଟେ ବ୍ରହ୍ମପୁରରୁ ପୁରୀକୁ ନିୟମିତ ଟ୍ରେନ ଚଳାଚଳ, ଗୋଳନ୍ଥରାରେ ଟ୍ରେନ କୋଚ ୱାସିଙ୍ଗ ୟୁନିଟ ସ୍ଥାପନା କରିବା ପ୍ରମୁଖ ଦାବୀ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପଟେ ଜିଲ୍ଲା, ରାଜ୍ୟ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଅବଦାନକୁ ବେଶ ପ୍ରଶଂସା କରିଥିଲେ। ବହୁ ଦିନର ସ୍ୱପ୍ନ ପୂରଣ ହେଲା। ଗଞ୍ଜାମବାସୀ ଖୁସି ହେଲେ ବୋଲି କହିଛନ୍ତି ମନ୍ତ୍ରୀ।

Leave a Reply

Your email address will not be published. Required fields are marked *