ପୁଣି ଚର୍ଚ୍ଚା : ଭେନେଜୁଏଲାରେ ଭୂକମ୍ପଗ୍ରସ୍ତ ଅଞ୍ଚଳରେ ପାଣ୍ଡିଆନ

ରାଜ୍ୟ
Spread the love

ଭୁବନେଶ୍ଵର: ନିର୍ବାଚନ ଯିବା ୨ ବର୍ଷ ହୋଇଗଲାଣି, କିନ୍ତୁ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା କେବେ ବି ଥମିନାହିଁ। ତେବେ ବେଶ୍ କିଛି ଦିନ ପରେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଛି ଭେନେଜୁଏଲାରେ। ହଁ ଆପଣ ଠିକ୍ ଶୁଣିଛନ୍ତି ସେହି ଭେନେଜୁଏଲାରେ ଯେଉଁଠିରେ ଭୂମିକମ୍ପ ହଜାର ହଜାର ଲୋକଙ୍କୁ ବେସାହାରା କରିଦେଇଛି।
ଭେନେଜୁଏଲାରେ ଭି କେ ପାଣ୍ଡିଆନ । ସାଧାରଣ ନିର୍ବାଚନ ପରଠାରୁ ସାଧାରଣରେ ଦେଖାଦେଇନଥିଲେ, ଏପରିକି ସୋସିଆଲ ମିଡିଆରେ ମଧ୍ୟ ଏତେଟା ସକ୍ରିୟ ନଥିଲେ। ଏବେ ଚର୍ଚ୍ଚାରେ ପାଣ୍ଡିଆନ। ଭୂକମ୍ପ ପ୍ରପୀଡ଼ିତ ଭେନେଜୁଏଲାରେ ତାଙ୍କର ଭିଡିଓ ଏବଂ ଫଟୋ ଦେଇଖିବାକୁ ମିଳିଛି। କୁହାଯାଉଛି କି ଭେନେଜୁଏଲା ବିପର୍ଯ୍ୟୟ ସମୟରେ ତଥା ଘଡ଼ିସନ୍ଧି ସମୟରେ ପାଣ୍ଡିଆନଙ୍କ ସେଠାରେ ଉପସ୍ଥିତି ଏକ ନୂଆ ଆଲୋଚନା ସୃଷ୍ଟି କରିଛି।
ଭିଡିଓରେ ଦେଖାଯାଉଛି ଯେ ଭୂକମ୍ପ ପ୍ରପୀଡ଼ିତ ଭେନେଜୁଏଲାର ରାସ୍ତାରେ କିଛି ବ୍ୟକ୍ତିଙ୍କ ସହିତ ଚାଲୁଛନ୍ତି ପାଣ୍ଡିଆନ। ସେଠାରେ ଭୂମିକମ୍ପର କ୍ଷୟକ୍ଷତି ସେ ଦେଖୁଥିବା ଜଣାଯାଉଛି। ଏହା ସହ ସେ ଭେନେଜୁଆଲାର ନୂଆ ରାଷ୍ଟ୍ରପତି …ଡେଲସି ରୋଡ୍ରିଗୁଏଜଙ୍କ ସହିତ ସେ ଆଲୋଚନା କରୁଛନ୍ତି। ଭେନେଜୁଏଲାର କିଛି ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଛନ୍ତି। ଅନ୍ୟ ଏକ ଭିଡିଓରେ ଭେନେଜୁଏଲାର କିଛି ଅଧିକାରୀ ଭି କେ ପାଣ୍ଡିଆନଙ୍କ ସହିତ ବିଚାର ବିମର୍ଶ କରୁଥିବା ଦେଖାଯାଉଛି।
ଗତ ୨୪ ତାରିଖରେ ଭେନେଜୁଏଲାରେ ଭୟଙ୍କ ଭୂମିକମ୍ପ ହୋଇଥିଲା। ଯେଉଁଥିରେ ପ୍ରାୟ ୪ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଭେନେଜୁଆଲେରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ପାଇଁ ଭାରତ ତ୍ବରିତ ପଦକ୍ଷେପ ନେଇଥିବା ବେଳେ ଜାରି ରଖିଛି ଅପରେସନ ଆମିସ୍ତାଦ। ଏତିକିବେଳେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଭୂମିକା ତଥା ପୂର୍ବ ସରକାରରେ ଭିକେ ପାଣ୍ଡିଆନଙ୍କ ଭୂମିକାକୁ ଉପଲବ୍ଧି କରି ଭେନେଜୁଏଲା ସରକାର ତାଙ୍କର ଉପସ୍ଥିତି ଅନୁଭବ କରୁଥିବା ଚର୍ଚ୍ଚା ହେଉଛି।
ଏ ବାବଦରେ ନିଜେ ପାଣ୍ଡିଆନ ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ନିଜ ସ୍ବଲ୍ପ ମିଆଦୀ ଏବଂ ଦୀର୍ଘ ମିଆଦି ବିପର୍ଯ୍ୟୟ ମୁକାବିଲା ବାବଦରେ ଆଲୋଚନା କରିଥିବା ଉଲ୍ଲେଖ କରିଛନ୍ତି। ଏଥିସହିତ ଭେନେଜୁଏଲାରେ ଭାରତୀୟ ସେନା ଚଳାଇଥିବା ଉଦ୍ଧାର ଓ ଥଇଥାନ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି। ସେହିପରି ଭେନେଜୁଏଲା ରାଷ୍ଟ୍ରପତିଙ୍କ ସତ୍ୟସାଇବାବାଙ୍କ ଉପରେ ଥିବା ଭରସାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ବିପର୍ଯ୍ୟୟର ମୁକାବିଲା କରୁଥିବା ଭେନେଜୁଆଲେରେ ଖୁବ ଶୀଘ୍ର ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରିବାକୁ ସେ ପ୍ରାର୍ଥନା କରିଛନ୍ତି। ତେବେ ଦୀର୍ଘ ଦିନ ଧରି ପାଣ୍ଡିଆନଙ୍କ ଅନୁପସ୍ଥିତି ଅନୁଭବ କରୁଥିବା ତାଙ୍କର ପ୍ରଶଂସକମାନେ ତାଙ୍କୁ ଭେନେଜୁଏଲାର ବିପର୍ଯ୍ୟୟ ପରିଚାଳନାରେ ସାମିଲ ହେବାର ଦେଖି ସେହି ଭିଡିଓକୁ ସେୟାର ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *