ନିଶ୍ଚିତକୋଇଲି : କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ନେମାଳ ଗ୍ରାମ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ପ୍ରସିଦ୍ଧ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପରିବାରର ସଦସ୍ୟ ଅଧିରାନନ୍ଦ ଗୋସ୍ୱାମୀଙ୍କର ଗତ ଶୁକ୍ରବାର (୧୦/୦୭/୨୦୨୬) ଦେହାନ୍ତ ହୋଇଯାଇଛି। ସେ ସାମ୍ବାଦିକା ସୁଜାତା ଗୋସ୍ୱାମୀଙ୍କର ଦେଢ଼ଶୁର ଅଟନ୍ତି।
ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ସ୍ୱର୍ଗତ ଗୋସ୍ୱାମୀଙ୍କ ଦୁଇ ପୁଅ ମିଲୁ ଓ ଦିଲୁ, ଝିଅ ଝିଲି, ଜୋଇଁ ବୁଲୁ ଏବଂ ବୋହୂ ରୁନି ଓ ସଇଳ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ତାଙ୍କର ବଡ଼ ଭାଇ-ଭାଉଜ, ସାନ ଭାଇ ଏବଂ ଭାଇବୋହୂ ତୀର୍ଥା, ଜୀନା ଓ ବେବିନା ଶେଷ ସମୟରେ ଉପସ୍ଥିତ ଥିଲେ।
ଅଧିରାନନ୍ଦଙ୍କ ବିୟୋଗରେ ତାଙ୍କର ବିଶାଳ ପରିବାର ବର୍ଗ, ଯେଉଁଥିରେ ଝିଆରୀ ମିନା, ବାଲୁ, ପ୍ରଣତୀ, ସଞ୍ଜୁ, ମାନା, ଚିଣ୍ଟୁ, ପିଣ୍ଟୁ ଓ ଚୁମୁନି; ପୁତୁରା ଜ୍ୟୋତି, ଆଲୋକ, ଅରିନ୍ଦମ, ବାପୁନି, ବୁବୁ, ମୁନା, ବାପୁ, ଦୀପୁ, ଲିପୁ; ପୁତୁରା ବୋହୂ ଜ୍ୟୋତ୍ସ୍ନା, ରଶ୍ମୀ, ନାନୁ, ଏଲି, ମିନୁ, ନମିତା, ପୂଜା, ଲିଜା; ଏବଂ ନାତୁଣୀ ବୋହୂ ଭୂମିଙ୍କ ସମେତ ନାତିନାତୁଣୀ ଲାପୁନ୍, ସ୍ମାଇଲି, କାଜଲ, ଲୁବୁନ, ଦୁବନ, ସ୍ୱୟମ, ଶୁଭମ, ରୂପମ, ମାମୁନି ଓ ଅଚ୍ୟୁତାନନ୍ଦ ପ୍ରମୁଖ ଶୋକାକୁଳ ପରିବେଶରେ ମୃତ ଦେହ ନିକଟରେ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ତାଙ୍କର ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାଧାରଣ ଜନତା ଶେଷ ଦର୍ଶନ ପାଇଁ ନେମାଳରେ ଭିଡ଼ ଜମାଇଥିଲେ। ଜଣେ ପୁଣ୍ୟାତ୍ମା ତଥା ପରୋପକାରୀ ବ୍ୟକ୍ତିଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗ ନେମାଳ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
