ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ସମ୍ମୁଖରେ ଆସନ୍ତା ଅଗଷ୍ଟ ଛଅତାରିଖ ଗୁରୁବାର ଠାରୁ ବାରତାରିଖ ବୁଧବାର ପର୍ଯ୍ୟନ୍ତ ଦୀର୍ଘ ଏକସପ୍ତାହ ବ୍ୟାପି, ତ୍ରୟୋଦଶବାର୍ଷିକ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ନିମନ୍ତେ ବ୍ୟାପକପ୍ରସ୍ତୁତି ଚାଲିଛି l ଜଗନ୍ନାଥ ପାଞ୍ଚରାତ୍ର ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଓ ଶ୍ରୀଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ମାର୍ଗଦର୍ଶନ ରେ ଆୟୋଜିତ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଭିନ୍ନମଠମନ୍ଦିରର ପ୍ରମ୍ମୁଖ ସେବାୟତ, ସାଧୁ ସନ୍ଥ ମହାତ୍ମା ମାନଙ୍କ ସମେତ ବହୁ ଜ୍ଞାନୀଗୁଣୀପଣ୍ଡିତ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବାନିମନ୍ତେ ସ୍ୱୀକୃତି ପ୍ରଦାନ କରିଅଛନ୍ତି l
ଏହି ଉପଲକ୍ଷେ ପ୍ରତିଦିନ ପ୍ରାତଃ ରେ ମଙ୍ଗଳଆଳତୀ, ସକାଳ ଛଅଟା ରୁ ସାତଟା ଦେବଦେବୀ ଙ୍କ ପୂଜାର୍ଚ୍ଚନା, ସାତଟା ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପାରାୟଣ, ଗୋଟାଏ ରୁ ତିନିଟା ବିରତି, ସଂଧ୍ୟା ସାତଟା ରୁ ରାତ୍ର ନଅଟା ପର୍ଯ୍ୟନ୍ତ ଧାରାବାହିକ ପ୍ରବକ୍ତା ଭାବେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ଦ୍ୱାରା ପ୍ରବଚନ ଓ ଆରତୀ ପରେ ସମୂହପ୍ରସାଦସେବନ ଆଦିର ନୀତି ନିର୍ଧାରଣ କରାଯାଇଛି l
ଏହି କାର୍ଯ୍ୟକ୍ରମ ରେ ସମସ୍ତ ଭଗବତପ୍ରେମୀ ଯୋଗଦେଇ ମାସାରଳା ଙ୍କ ଦିବ୍ୟଦର୍ଶନ କରିବା ସହିତ ଶ୍ରୀମଦଭାଗବତ ରେ ବର୍ଣ୍ଣିତ ଲୀଳା ମହାତ୍ମ ଶ୍ରବଣ କରିବା ନିମନ୍ତେ, ଟ୍ରଷ୍ଟର ସଭାପତି ଇଂ ବିଷ୍ଣୁଚରଣ ସ୍ୱାଇଁ ଙ୍କ ସମେତ ସମସ୍ତକର୍ମକର୍ତ୍ତା ମାନେ ନିବେଦନ କରିଅଛନ୍ତି l
