ଜିଲ୍ଲାକୁ ୬ହଜାର ୧୫କ୍ଵିଣ୍ଟାଲ ଧାନ ବିହନ ଯୋଗାଣ

ରାଜ୍ୟ
Spread the love

କଟକ  :  କଟକ ଜିଲ୍ଲାର ସମସ୍ତ ୧୪ ଟି ଯାକ ବ୍ଲକ୍ ରେ ରହିଥିବା ଚାଷୀ ମାନଙ୍କୁ ଚଳିତ ଖରିଫ ଋତୁ ରେ ୬ ହଜାର ୧୫ କ୍ଵିଣ୍ଟାଲ ଉନ୍ନତ କିସମର ଧାନ ବିହନ ଯୋଗାଣ କରାଯାଇଛି। ତେବେ ବର୍ତ୍ତମାନର ଲଘୁଚାପଜନିତ ବର୍ଷା ଓ ବନ୍ୟା ପାଇଁ ଚାଷୀ ମାନେ ପ୍ରାୟ ୫ ହଜାର ୫୧୬ କ୍ଵିଣ୍ଟାଲ ଧାନ କ୍ରୟ କରି ଚାଷ କରିଥିବା ବେଳେ ଆହୁରି ୧୯୯ କ୍ଵିଣ୍ଟାଲ ଧାନ ବିହନ ଗଚ୍ଛିତ ଅଛି ବୋଲି ବିହନ ନିଗମ ର ଆଞ୍ଚଳିକ ଅଧିକାରୀ ସତ୍ୟ ପ୍ରକାଶ ଦାସ ସୂଚନା ଦେଇଛନ୍ତି।

କାର୍ଯ୍ୟାଳୟ ସୂତ୍ର ରୁ ପ୍ରକାଶ ଯେ ଗତ ବର୍ଷ ଜିଲ୍ଲାରେ ୫ହଜାର କ୍ଵିଣ୍ଟାଲ ଧାନ ବିକ୍ରି ହୋଇଥିଲା । ଏ ବର୍ଷ ଖରିଫ ଋତୁରେ ସରକାର ଙ୍କ ବିହନ ନିଗମ ପକ୍ଷରୁ ୬ ହଜାର ୨୧୪ କ୍ଵିଣ୍ଟାଲ ଧାନ ଯୋଗାଣ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୯୯ କ୍ଵିଣ୍ଟାଲ ର ୧୦ ରୁ ଉର୍ଦ୍ଧ କିସମର ବିହନ ମହଜୁଦ୍ ରହିଛି। ନିଗମ ପକ୍ଷରୁ ୩ଶହ ରୁ ଉର୍ଦ୍ଧ ପର୍କାସ ଓ ୩୦ ଜଣ ଡିଲର୍ ମାଧ୍ୟମ ରେ କିଲୋ ପିଛା ୪୧ ଟଙ୍କା ୮୦ ଟଙ୍କା ରେ ବିହନ ଯୋଗାଣ କରାଯାଉଛି ।

Leave a Reply

Your email address will not be published. Required fields are marked *