ରମଜାନ ମାସ ଉପଲକ୍ଷେ, ପାରାଦୀପ ପରିବହନ ଲିମିଟେଡ଼ ପକ୍ଷରୁ ଶୁଖିଲାଖାଦ୍ୟ ବଣ୍ଟନ

ରାଜ୍ୟ
Spread the love

ଝଙ୍କଡ଼ :  ପବିତ୍ର ରମଜାନ ମାସ ଉପଲକ୍ଷେ, ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ମୂଳିସିଂହ ଗ୍ରାମପଞ୍ଚାୟତ ର ଶତାଧିକ ଗରିବ ଅସହାୟ ଲୋକମାନଙ୍କୁ, ପାରାଦ୍ୱୀପ ପରିବହନ ଲିମିଟେଡ଼ ତରଫରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶୁଖିଲା ଖାଦ୍ୟ, ରେସନ ସାମଗ୍ରୀ ଓ ଫଳମୂଳ ଆଦି ବଣ୍ଟନ କରାଯାଇଛି । ଗତ ଗୁରୁବାର ଦିନ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଡଃ ଖଲିଦ ଖାନ ଙ୍କ ପ୍ରତକ୍ଷ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ଜେନେରାଲ ମ୍ୟାନେଜର ମହମଦ ଫଜୁଲୁର ରହେମନ ଅଧ୍ୟକ୍ଷତା କରିଥିଲେ ।

 

ଏଥିରେ ସ୍ଥାନୀୟ ସରପଞ୍ଚ ସଫି ଆଜମ୍, ୱାର୍ଡସଭ୍ୟ ସୁରେନ୍ଦ୍ର ବେହେରା, ସମଶୁର ରହେମନ, ଅନଶୁର ରହେମନ (ଅର୍ମନ ), ଆଲୋକ ସାହୁ, ପୂର୍ବତନ ସମିତି ସଭ୍ୟ ଜନାବ ଜାବିର ଉଦ୍ଦିନ, ମହମଦ ଇମତେୟାଜ, ଶିରାଜ ଖାଁ, ତୋଫାନ ମଲ୍ଲ, ଅଜିବୁଲ ରହେମନ, ମହମଦ ଜାହେଦ ଓ ମୁଜରାଇଲ ଅଲ୍ଲୀ (ପାଞ୍ଚୁଭାଇ ) ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ । ତେବେ ପାରାଦ୍ୱୀପ ପରିବହନ ଲିମିଟେଡ଼ ପକ୍ଷରୁ ଜିଲ୍ଲାର ବିଭିନ୍ନ ବସ୍ତିଅଞ୍ଚଳରେ ପ୍ରତିବର୍ଷ ଏହି ସେବାମୂଳକ କାର୍ଯ୍ୟକ୍ରମ କରିଆସୁଥିବାରୁ, ସାଧାରଣରେ ଏହାର ଉଚ୍ଚପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *