ଝଙ୍କଡ଼ : ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ ର କୋଷ୍ଟିମଲ୍ଲିକାପୁର ପଞ୍ଚାୟତ ଅଧିନ ଅତାମୂଳ, ହଁସୁଆନଦୀ ପୋଲ ର ଉଭୟପାର୍ଶ୍ଵରେ ଥିବା ନଦୀବନ୍ଧ ଓ ପ୍ରବଳବର୍ଷାଯୋଗୁଁ, ବୁଡ଼ିଯାଇଥିବା ଶହଶହ ହେକ୍ଟର ଚାଷଜମି ସହିତ ମହାନଦୀ ତଟବର୍ତ୍ତୀ ପୋରଗଦେଇ ପଞ୍ଚାୟତ ର ଉଜୁଡିଯାଇଥିବା ଫସଲକିଆରୀ ବୁଲି ଦେଖିଲେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସହିତ ଶିଳ୍ପ ଓ ଦକ୍ଷତାବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ l ଗତ ସୋମବାରଦିନ ଅପରାହ୍ନ ରେ ଏହି ବନ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଙ୍କ ସହିତ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ, ପୋଲିସପ୍ରଶାସନ, ଜିଲ୍ଲାପରିଷଦ ବିକାଶ ଅଧିକାରୀ ଅକ୍ଷୟ ତିଲ୍ଲେ, ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା, ତିର୍ତ୍ତୋଲ ବିଡ଼ିଓ ଗିରିଜାଶଙ୍କର ମଲ୍ଲିକ, ତିର୍ତ୍ତୋଲ ଏସ୍ଡ ଡି ପି ଓ ଅଜୟ କୁମାର ଦାସ, ଓ ଆଇଆଇସି ବଂଶୀଧର ପ୍ରଧାନ, ମହାନଦୀ ଦକ୍ଷିଣ ବିଭାଜନ ଏକ କଟକ ର ଅଧିକ୍ଷଣ ଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ତିର୍ତ୍ତୋଲ ଜଳସେଚନ ଉପବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ କୁମାର ତରାଇ, ଆର ଡବ୍ଲୁ ଏସ ଏସ ର ଏକଜିକ୍ୟୁଟିଭ ଇଞ୍ଜିନିଅର ଜ୍ୟୋତିରଞ୍ଜନ ଦାସ, ତିର୍ତ୍ତୋଲ ଆର ଡବ୍ଲୁ ଏସ ଏସ ର କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦାଶ, ବିଦ୍ୟୁତବିଭାଗର ଉଚ୍ଚପଦାଧିକାରୀ, ମାନେ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା l

ପ୍ରଥମେ କୋଷ୍ଟିମଲ୍ଲିକା ପୁର ପଞ୍ଚାୟତ ର ଅତାମୂଳ ପାର୍ଶ୍ଵସ୍ଥ ହଁସୁଆନଦୀ ପୋଲ ନିକଟରେ ସ୍ଥାନୀୟ ସରପଞ୍ଚ ବିଭୁପ୍ରସାଦ ମହାନ୍ତି ଙ୍କ ନେତୃତ୍ୱ ରେ ଶତାଧିକମହିଳା ହୁଳହୁଳିପକାଇ ଓ ପୁଷ୍ପବୃଷ୍ଟି କରିଉପମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିବାବେଳେ, ଜିଲ୍ଲାପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ତେବେ ବିଭିନ୍ନଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତର ରେ ଉଭୟମନ୍ତୀ କହିଲେଯେ, ସରକାରଙ୍କ ପାଖରେ ସମସ୍ତ କ୍ଷୟକ୍ଷତି ର ରିପୋର୍ଟ ପହଞ୍ଚିଲା ପରେ, ସମସ୍ତକ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଆଶୁ ସାହାଯ୍ୟ ସହାୟତା ଯୋଗାଇଦିଆଯିବ l ଅପରପକ୍ଷରେ ଉଭୟମନ୍ତ୍ରୀ ଙ୍କୁ ସ୍ଥାନୀୟ ଅଞ୍ଚଳର ବିଜେପି ନେତା ରାଜକିଶୋର ବେହେରା, ସାରଳା ମଣ୍ଡଳବିଜେପି ସଭାପତି ଶୁଭ୍ରକାନ୍ତ ରଣା, ବିରିତୋଳ ପଞ୍ଚାୟତ ବିଜେପି ସଭାପତି ସ୍ବପ୍ନ ସରିତ ପରିଡା, ବିଜେପି ନେତା ଅଶୋକ କୁମାର ମହାନ୍ତି ଙ୍କ ବହୁଦଳୀୟ କର୍ମକର୍ତ୍ତା ଓ ସମର୍ଥକ ମାନେ ମଧ୍ୟ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିବାର ଦେଖିବାକୁ ମିଳିଥିଲା l
