OUAT ଛାତ୍ରଛାତ୍ରୀଙ୍କୁ ମାସିକ ଆର୍ଥିକ ସହାୟତା : ପିଜି ପାଇଁ ୧୦ ହଜାର ଓ ପିଏଚ୍.ଡି ପାଇଁ ୧୫ ହଜାର ଘୋଷଣା

ରାଜ୍ୟ
Spread the love

ଭୁବନେଶ୍ୱର ୩।୮: ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା (ଷ୍ଟାଇପେଣ୍ଡ) ଘୋଷଣା କରାଯାଇଛି ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବିଶେଷ ପ୍ରଚେଷ୍ଟା ଯୋଗୁଁ ସରକାର ଏହି ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ୱାରା ଗବେଷକମାନଙ୍କୁ ବଡ଼ ସହାୟତା ମିଳିବ । ପିଜି ଛାତ୍ରଛାତ୍ରୀଙ୍କୁ ୨ ବର୍ଷର କୃଷି ଓ ଆନୁଷଙ୍ଗିକ କୋର୍ସ ପାଇଁ ମାସକୁ ₹୧୦,୦୦୦ ମିଳିବ ଏବଂ ପିଏଚ୍.ଡି ଗବେଷକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ମାସକୁ ₹୧୫,୦୦୦ ମିଳିବ ।
ଏହି ସହାୟତାର ମୂଳ ଲକ୍ଷ୍ୟ ହେଉଛି ଉତ୍ତମ ଗବେଷଣାକୁ ପ୍ରୋତ୍ସାହନ ଦେବା ଏବଂ ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା । ଆମ ଯୁବ ଗବେଷକଙ୍କ ପାଇଁ ଖର୍ଚ୍ଚ କରିବା ମାନେ ଓଡ଼ିଶାର ଚାଷୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା । ଏହି ଟଙ୍କା ଦ୍ୱାରା ଆମର ଛାତ୍ରଛାତ୍ରୀମାନେ ବିନା ଆର୍ଥିକ ଚିନ୍ତାରେ ନୂଆ ଉଦ୍ଭାବନ ଓ ଗବେଷଣା ଉପରେ ଧ୍ୟାନ ଦେଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମତବ୍ୟକ୍ତ କରିଛନ୍ତି ।
ଏହି ସୁବିଧା ଓୟୁଏଟିର କୃଷି ଓ ଆନୁଷଙ୍ଗିକ ବିଷୟରେ ପଢ଼ୁଥିବା ନିୟମିତ ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ।

Leave a Reply

Your email address will not be published. Required fields are marked *