ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, ଗୋବିନ୍ଦପୁର ପଞ୍ଚାୟତ ଅଧିନ ଭଟ୍ଟଗାଁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ, ଦରିଦ୍ରନାରାୟଣ ସେବାସଙ୍ଘ ର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଂଘର ସଭାପତି ବିଶିଷ୍ଟସମାଜସେବୀ ଧୁନଚନ୍ଦ୍ର ସେନାପତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକ ରେ ଶ୍ରାବଣମାସରେ ବିଭିନ୍ନଶୈବପୀଠ ମାନଙ୍କରେ ଜଳାଭିଷେକ କରିବାନିମନ୍ତେ ଆସୁଥିବା କାଉଡିଆ ମାନଙ୍କୁ ଆବଶ୍ୟକୀୟ ସେବାଯୋଗାଇ ଦେବାସହିତ, ସେମାନଙ୍କର ସ୍ୱାସ୍ଥ୍ୟସେବା ପ୍ରତି ଅଧିକ ଯତ୍ନବାନ ହେବାଉପରେ, ସଦସ୍ୟ ମାନେ ନିଜନିଜର ମତାମତ ଉପସ୍ଥାପନ କରିଥିଲେ l
ବିଶେଷକରି ପରିବେଶ ସୁରକ୍ଷା ନିମନ୍ତେ କେତେକ ଦେବଦେବୀ ଙ୍କ ପୀଠସ୍ଥଳି ମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ଆଗେଇ ନେବାକୁ ମଧ୍ୟ ଆଲୋଚନା କରାଯାଇଥିଲା l ସମ୍ପାଦକ ଦିଗମ୍ବର ରାଉତ ବିଗତ ଅଧିବେଶନ ର ବିବରଣୀ ପାଠ କରିଥିବାବେଳେ, ନାରାୟଣପ୍ରସାଦ ପଣ୍ଡା, ଭୀମସେନ ବିଶ୍ୱାଳ, ପ୍ରହ୍ଲାଦ ନାୟକ, ଧ୍ରୁବଚରଣ ଦତ୍ତ,ରାଜକିଶୋର ଦାସ, କୁମରବର ସେନାପତି ଓ ରବୀନ୍ଦ୍ର ନାଥ ସିଂହ ପ୍ରମୁଖ ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ସାରଦା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
