ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା

ରାଜ୍ୟ
Spread the love

କଟକ : ବିରିଡି ବ୍ଲକ୍ ଦଳେଇଘାଇ ଆନନ୍ଦ ବଜାରସ୍ଥିତ ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ମିଳନ ପାବନ କ୍ଷେତ୍ର ଧ୍ୟାନକୁଦ ପୀଠରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ଉପସଭାପତି ଡଃ କାଦମ୍ବିନୀ ପରିଜାଙ୍କ ଅଧ୍ୟକ୍ଷତାରେ ପୀଠର ପୀଠାଧୀଶ ବାବା ଅରକ୍ଷିତ ଦାସ ପ୍ରଦୀପ ପ୍ରଜ୍ୟୋଳନ ପୂର୍ବକ ଆସରକୁ ଉଦଘାଟନ କରିଥିଲେ। ବରେଣ୍ୟ ଅତିଥି ଭାବେ ଜଗତସିଂହପୁର ପୈ।ର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ,ଉତ୍କଳ ସାହିତ୍ୟ ସମାଜର ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି, ସାହିତ୍ୟିକ ଡଃ ଚିତ୍ତରଞ୍ଜନ ବେହେରା,ଅଜୟ କୁମାର ବେହେରା,ଅଧ୍ୟାପକ ବିଶ୍ୱରଂଜନ ଦାଶ ପ୍ରମୁଖ ଯୋଗଦେଇ ବର୍ଷା ସର୍ଜ୍ଜନାର ଋତୁ, ବର୍ଷା ଶୁଷ୍କ ମାଟିକୁ ସବୁଜିମାରେ ଭରି ଦେଇଥିବା ପରି କବିର କଲମ ବର୍ଷାକୁ ନେଇ ଓଡ଼ିଆ ସାହିତ୍ୟକୁ ପୁଷ୍କଳ କରିଛି ବୋଲି ମତ ପ୍ରକାଶ କରିଥିଲେ। ପଣ୍ଡିତ ଡଃ ଗୁରୁ ପ୍ରସାଦ ରଥ ବେଦପାଠ,ସଂସଦର ପ୍ରତିଷ୍ଠାତା ସଭାପତି ପୀତାମ୍ବର ମହାପାତ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ କବି ଉମାକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଅର୍ଚ୍ଚନା ସିଂହଙ୍କୁ କୁଞ୍ଜଲତା ପଣ୍ଡା ସେବା ସମ୍ମାନ,ନିରୁପମା ରାଉତଙ୍କୁ ନିର୍ମଳା ମହାପାତ୍ର କବିତା ସମ୍ମାନ, ହରପ୍ରିୟା ମିଶ୍ରଙ୍କୁ ବିଦ୍ୟୁତ୍ ଲତା ପଣ୍ଡା ଶିକ୍ଷା ସମ୍ମାନ, ପଣ୍ଡିତ ବାସବ କୁମାର ନନ୍ଦଙ୍କୁ ନାରାୟଣ ପଣ୍ଡା ସଙ୍ଗଠକ ସମ୍ମାନ, ରମାକାନ୍ତ ରାଉଳଙ୍କୁ ବ୍ରଜବନ୍ଧୁ ଶତପଥୀ ସଂସ୍କୃତି ସମ୍ମାନ, ରମାକାନ୍ତ ମହାପାତ୍ରଙ୍କୁ କ୍ଷୀରୋଦ ଚନ୍ଦ୍ର ଶତପଥୀ ସମବାୟ ସମ୍ମାନ, ପବିତ୍ର ମୋହନ ଦାଶଙ୍କୁ କୈଳାସ ନାଥ ଦୀକ୍ଷିତ ସେବା ସମ୍ମାନ, ଶୀତାଂଶୁ ଶେଖର ରାୟଙ୍କୁ ବିରବର ଦାଶ ପାଠକ ସମ୍ମାନ, ପ୍ରମୋଦ କୁମାର ବ୍ରହ୍ମାଙ୍କୁ ରାଧାନାଥ ଶତପଥୀ ସେବା ସମ୍ମାନ,ତନ୍ମୟ କିଶୋର ଦାସଙ୍କୁ ମାୟାଧର କର ସାହିତ୍ୟ ସମ୍ମାନ, କୈଳାସ ଚନ୍ଦ୍ର ପ୍ରଧାନଙ୍କୁ ବ୍ରଜ କିଶୋର ପଣ୍ଡା ପ୍ରବନ୍ଧ ସମ୍ମାନ,ଜୟଦେବ ସାହୁଙ୍କୁ ଅଲେଖ ଚନ୍ଦ୍ର ପରିଜା ଶିକ୍ଷା ସମ୍ମାନ, ଅଳକା ପ୍ରିୟଦର୍ଶିନୀ ଦାସଙ୍କୁ ମାଳତୀ କର ମେଧା ସମ୍ମାନ ଓ ବିଷ୍ନୁପ୍ରିୟା ଚାରିଟେବୁଲ ଟ୍ରଷ୍ଟଙ୍କୁ ମୀରାରାଣୀ ମହାପାତ୍ର ସେବା ସମ୍ମାନରେ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ପୂର୍ବାହ୍ଣରେ କବୟିତ୍ରୀ ଛବିରାଣୀ ପତି ଓ ସନ୍ତୋଷୀ ସାହୁଙ୍କ ସଂଯୋଜନାରେ ଗୀତିକବି ବାମଦେବ ସ୍ବାଇଁ, ପତିତପାବନ ଜେନା,ଉମାକାନ୍ତ ନାୟକ,ବନଲତା ମହାପାତ୍ର,ଚାରୁଲତା ଦାଶ,କାମିନୀମାଳା ବୀରା, ପ୍ରିୟତମା ସାହୁ, ତ୍ରିଲୋଚନ ଦାସଙ୍କ ସମେତ ୫୦ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। ସଂସଦର ସମ୍ପାଦିକା କୁନ୍ତଳା ମହାପାତ୍ର,ସଭ୍ୟ ସୈ।ମ୍ୟ ରଞ୍ଜନ ମହାପାତ୍ର,ସୈ।ମେନ୍ଦ୍ର ମହାପାତ୍ର, ଅଭିଷେକ ସଂଦେଶ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *