ଝଙ୍କଡ଼ ସାରଳା ପୀଠରେ ଭାଗବତ ଜ୍ଞାନଯଜ୍ଞର ପଞ୍ଚମ ସନ୍ଧ୍ୟା

ରାଜ୍ୟ
Spread the love

ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ସମ୍ମୁଖରେ, ତ୍ରୟୋଦଶ ବାର୍ଷିକ ଶ୍ରୀମଦ ଭାଗବତ ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ ର ପଞ୍ଚମସନ୍ଧ୍ୟା ରେ, ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ମାଆଙ୍କ ସନ୍ଧ୍ୟାଆରତୀ ଦର୍ଶନସାରି, ଭାଗବତ ଜ୍ଞାନଯଜ୍ଞ ମଞ୍ଚ ରେ ପଦାର୍ପଣ କରିବାପରେ, ବରିଷ୍ଠ ସେବାୟତ ଲକ୍ଷ୍ମୀଧର ମହାପାତ୍ର, ନୃସିଂହ ଚରଣ ରାଉଳ, ବିଶିଷ୍ଟ ସାହିତ୍ୟିକା ଡ଼ଃ ସୌଭାଗିନୀ ରାୟ, ପଣ୍ଡିତ ଭଗବାନ ଦାଶ, କାକଟପୁର, ବୈକୁଣ୍ଠନାଥ ଭାଗବତ ପ୍ରଚାରସମିତି ର କର୍ମକର୍ତ୍ତା ଜଗନ୍ନାଥ ସ୍ୱାଇଁ, ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ, ଅନୁଷ୍ଠାନର କର୍ମକର୍ତ୍ତା ବିଶ୍ୱରଞ୍ଜନ ରାଉଳ, ବିଳାସ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ହୋଇ, ପ୍ରଦୀପ ପ୍ରଜ୍ବଳନ ଓ ଶ୍ରୀଜୀଉ ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ l

ଶ୍ରୀଜଗନ୍ନାଥ ଚାରିଟେବ୍ଲୁ ଟ୍ରଷ୍ଟ ର ସଭାପତି ଇଂ ବିଷ୍ଣୁଚରଣ ସ୍ୱାଇଁ ମଞ୍ଚପରିଚାଳନା କରିଥିବା ବେଳେ, ପ୍ରାରମ୍ଭରେ ମୁନିବାବା ମହାପ୍ରଭୁ ଙ୍କର ଏକ ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ l ନୀଳାଚଳ ନିଖିଳଉତ୍କଳ ପ୍ରବକ୍ତା ପରିଷଦ ର ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା ସମ୍ୟକ ଦିବ୍ୟବାଣୀ ପ୍ରଦାନ କରିଥିଲେ l ପଣ୍ଡିତ ବିଷ୍ଣୁଚରଣ ପାଢ଼ୀ ଓ ପଣ୍ଡିତ ଦେବଦତ୍ତ ଦାଶ ଶ୍ରୀଜୀଉ ଙ୍କର ପୂଜାର୍ଚ୍ଚନା ସମ୍ପାଦନ କରିଥିଲେ l ଆଜିର ପ୍ରସଙ୍ଗ ନନ୍ଦଉତ୍ସବ ବିଷୟରେ, ବାବାଜୀ ମହାରାଜ ଙ୍କ ଦିବ୍ୟପ୍ରବଚନ ସହିତ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ନାଟ୍ୟରୂପ ପ୍ରଦର୍ଶନ ସମସ୍ତ ଭଗବତପ୍ରେମୀ ମାନଙ୍କପାଇଁ ଉପାଦେୟ ଓ ଉପଭୋଗ୍ୟ ହୋଇଥିଲା l ସମସ୍ତସେବାୟତ, ଅଞ୍ଚଳବାସୀ ଙ୍କ ସମେତ ହରେକୃଷ୍ଣ ରାଉଳ, ରମେଶଚନ୍ଦ୍ର ରାଉଳ, ନୃସିଂହ ଚରଣ ନାୟକ, ମାନସ ମହାନ୍ତି, ଯଶୋବନ୍ତ ରାଉତ, ଗୋପାଳଚନ୍ଦ୍ର ଖଟୁଆ ପ୍ରମୁଖ ଏହି ସମସ୍ତକାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *