କଟକରେ ଅବକାରୀ ବିଭାଗର ଚଢ଼ାଉ: ୬୨ ଗ୍ରାମ ବ୍ରାଉନସୁଗାର ସହ ଅଭିଯୁକ୍ତ ଗିରଫ

ରାଜ୍ୟ
Spread the love

କଟକ   : କଟକ  ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ  ତା ୨୧.୦୮.୨୦୨୬ ରିଖରେ କଟକ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ବ୍ରାଉନସୁଗାର ଚାଲାଣ ହେଉଥିବା ସମୟରେ ଅବକାରୀ ଟିମ୍ ଅତର୍କିତ ଚଢ଼ାଉ କରିଥିଲା। ଏହି ସମୟରେ ଜିତନ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ୬୨ ଗ୍ରାମ ହେରୋଇନ (ବ୍ରାଉନସୁଗାର) ଜବତ କରାଯିବା ସହ ତାଙ୍କୁ ଅଟକ ରଖାଯାଇଥିଲା। ପରେ ଏହି ଘଟଣାରେ ଏକ ଏନ.ଡି.ପି.ଏସ. (NDPS) ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରାଯାଇଛି।

ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ୨୦ ହଜାର ଟଙ୍କା ହେବ। ଉକ୍ତ ଚଢ଼ାଉରେ ଅବକାରୀ ମୋବାଇଲ ୟୁନିଟ୍ ଆଇ.ଆଇ.ସି. ଭକ୍ତବତ୍ସଳ ବର୍ମା, ଏସ.ଆଇ. ନିରୁପମା ପ୍ରଧାନ, ଏ.ଏସ.ଆଇ. ହରିହର ନାଏକ ଏବଂ କର୍ମଚାରୀ ଅଜୟ ଜେନା, ଦେବବ୍ରତ ଓଝା, ଶଙ୍କର ସିଂ, ଲକ୍ଷ୍ମଣ ବେହେରା ଓ ପ୍ରିୟତମା ରଥ ପ୍ରମୁଖ ସାମିଲ ଥିଲେ। ନିଶା କାରବାର ରୋକିବା ପାଇଁ କଟକ ଅବକାରୀ ମୋବାଇଲ ୟୁନିଟ୍ ପକ୍ଷରୁ ଏଭଳି ଚଢ଼ାଉ ଜାରି ରହିଥିବା ବେଳେ ଗତ କିଛି ଦିନ ମଧ୍ୟରେ ଏକାଧିକ ବଡ଼ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାରୁ ବିଭାଗର ଏହି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଉଛି।

Leave a Reply

Your email address will not be published. Required fields are marked *