ପରଲୋକରେ ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ

ରାଜ୍ୟ
Spread the love

କଟକ : କଟକ ଜିଲ୍ଲା ସ୍ଥିତ ଇଶାଣୀ ବ୍ରହ୍ମପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ଙ୍କର ଗତ କାଲି ଦେହାନ୍ତ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ କିଛିଦିନ ହେବ ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ସେ ୮୨ ବୟସରେ ପଦାର୍ପଣ କରିଥିଲେ। ତାଙ୍କର ମୃତ ଶରୀରକୁ କଟକର ବାଲିସାହି ବାସ ଭବନରୁ,ସାହି ବାସିନ୍ଦା, ପଡୋଶୀ, ସମସ୍ତ ଜ୍ଞାତି କୁଟୁମ୍ବ, ପରିବାର ବର୍ଗଙ୍କ ଉପସ୍ଥିତିରେ ଏକ ବିଶାଳ ଶବ ଶୋଭାଯାତ୍ରାରେ ସାହି ପରିକ୍ରମା କରାଇ ଖାନନଗର ସ୍ୱର୍ଗଧାମ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କର ଶେଷ ଇଚ୍ଛା ଅନୁଯାୟୀ ତାଙ୍କର ମର ଶରୀର କୁ ସାହି ଜଗନ୍ନାଥ ମନ୍ଦିର ଏବଂ ଆଖଣ୍ଡଳମଣି ମନ୍ଦିର ରେ କିଛି ସମୟ ରଖା ଯାଇଥିଲା।

ତାଙ୍କର ଏକମାତ୍ର ପୁତ୍ର ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ଆଚାର୍ଯ୍ୟ ମୁଖାଗ୍ନି ପ୍ରଦାନ କରିଥିଲେ। ତାଙ୍କର କନିଷ୍ଠ ଭ୍ରାତା, ଭଗ୍ନୀ, ପୁତୁରା, ଝିଆରୀ,ନାତି ନାତୁଣୀ ଏବଂ ଅଫିସ୍ ର ଅନେକ ସହକର୍ମୀ ତଥା ପଡ଼ୋଶୀ ଙ୍କ ଉପସ୍ଥିତି ରେ ଏକ ଶୋକାକୁଳ ପରିବେଶ ରେ ଅନ୍ତିମ ସଂସ୍କାର କରା ଯାଇଥିଲା। ସେ ଇଶାଣୀବ୍ରହ୍ମପୁର ଗ୍ରାମର ଚନ୍ଦ୍ରଶେଖର ହାଇସ୍କୁଲ ରେ ସମ୍ପାଦକ, ବାଲିସାହି ଉନ୍ନୟନ କମିଟି ର ସକ୍ରିୟ ସଭ୍ୟ, ଆଖଣ୍ଡଳମଣି ମନ୍ଦିର ତଥା ଜଗନ୍ନାଥ ମନ୍ଦିର ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ। ଅନେକ ଅସହାୟ ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିଥିଲେ। କେନ୍ଦ୍ର ସରକାରଙ୍କ ଡାକ ବିଭାଗର ଏକ ବରିଷ୍ଠ ପଦାଧିକାରୀ ପଦବୀ ରୁ ସେ,୨୦୦୭ ମସିହାରେ ଅବସର ଗ୍ରହଣ କରିଥିଲେ।ଏତଦବ୍ୟତୀତ ଅନେକ ଛୋଟବଡ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଜଡିତ ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *