ଉଦ୍ଘାଟିତ ହେଲା ଆନ୍ତର୍ଜାତିକ ମାନବାଧିକାର ବହିନୀ (IHRF)ର ନୂତନ ଅଫିସ କାର୍ଯ୍ୟାଳୟ

ରାଜ୍ୟ
Spread the love

ପଟାମୁଣ୍ଡାଇ (କେନ୍ଦ୍ରାପଡା ) : କେନ୍ଦ୍ରାପଡ଼ା ପଟାମୁଣ୍ଡାଇ ନିକଟରେ ଉଦ୍ଘାଟିତ ହେଲା ଆନ୍ତର୍ଜାତିକ ମାନବାଧିକାର ବହିନୀ (IHRF)ର ନୂତନ ଅଫିସ କାର୍ଯ୍ୟାଳୟ | ସଭା ଗୃହ ଆରମ୍ଭ ହେବା ପୂର୍ବରୁ ଓଡିଶା ରାଜ୍ୟ ବୋର୍ଡ ର କାଯ୍ୟକାରିଣୀ ମହାଦୟା ଶ୍ରୀମତୀ ପ୍ରଭାତୀ ସାହୁ ଙ୍କ ନେତୃତ୍ୱରେ ପାଖା ପାଖି 7/8ଟି ବ୍ଲକ ତଥା ରାଜନଗର, ଆଳି ପଟାମୁଣ୍ଡାଇ କେନ୍ଦ୍ରାପଡ଼ା ଡେରାବେଶି ଆଦି ବ୍ଲକର ଶିକ୍ଷିତ ବୁଦ୍ଧିଜୀବୀ,ସମାଜ ସେବୀ, ମହିଳା ସ୍ବେଛାସେବୀ, ଯୁବ ସଂଗଠନ ବୟୋଜ୍ୟଷ୍ଠ ଙ୍କ ସମେତ ଶତାଧିକ କର୍ମୀ ଅତି ଶାନ୍ତି ଶୃଙ୍ଖଳା ର ସହ ସେଇ ଖୁସିର ମୁହୂର୍ତ୍ତ କୁ ଅପେକ୍ଷା କରି ରହିଥିଲେ,ରାଜ୍ୟ ଗଭର୍ନର ବଡି ବୋର୍ଡ ର ରାଜ୍ୟ ଆନ୍ତର୍ଜାତିକ ମାନବଧିକାର ବାହିନୀ ମୁଖ୍ୟ ଅତିଥି ତଥା ଚ୍ୟାରପର୍ଶନ ବିଶ୍ୱଜିତ ମଲିକ, ଏବଂ ତାଙ୍କ ସହ ସଂମ୍ମାନିତ ଅତିଥି ଭାବେ ଯୋଗଦେବାକୁ ଆସିଥିଲେ (IHRF )ରାଜ୍ୟ ଗଭର୍ଣ୍ଣର ବୋଡ଼ ବୋଡ଼ ର ଲିଗାଲ କୋଡିନେଟର ଭୁବନେଶ୍ୱର ଦେହୁରୀ (ସଞ୍ଜୟ ସାର ).କାର୍ଯ୍ୟାଳୟ ମୁଖ୍ୟ ଦ୍ୱାର କୁ ନାଲି ରିବନ କାଟି ନୂତନ କାର୍ଯ୍ୟାଳୟ ଉଦଘାଟନ ହେବା ପରେ.ବହୁ ସମୟ ଖୁସିର ଅପେକ୍ଷାରତ ମହଲ ର ଅବସାନ ଘଟିଲା |

ପ୍ରଥମେ ଅଫିସ କାର୍ଯ୍ୟାଳୟ ଶୁଭ ମୁହୂର୍ତ୍ତ ରେ ମୁଖ୍ୟ ଅତିଥି ସମ୍ମାନୀୟ ବିଶ୍ୱଜିତ ମଲିକ ସଦସ୍ୟ ମାନଂକୁ ନିଜର ଉଦବୋଧନରେ ମତାମତ ରଖି କହିଥିଲେ ଯେପ୍ରଥମେ ମାନବିକତା ହେଉଛି ସବୁ କ୍ଷେତ୍ରରେ ସବୁଠୁ ବଡ଼ ନୋବେକ ଜବ ଏହାଠୁ ବଡ଼ କୌଣସି ଦୁନିଆଁ ରେ. ପଦ ପଦବୀ ବୋଲି କିଛିବି ନାହିଁ ନା ରହିଛି ନା ରହିବ. ଯଦିବା ରହିବ ସେ କ୍ଷୀଣ ସ୍ଥାୟୀ ବୋଲି ଧରି ନିଅନ୍ତୁ. ପ୍ରସଙ୍ଗ ଆଗକୁ ବଢ଼ାଇ କୁ ଇଙ୍ଗିତରେ କହିଥିଲେ ଯେ ଆଜିର ସମାଜ ସବୁଠୁ ସବୁ କ୍ଷେତ୍ରରେ ରେ କଳୁଷିତ ଏଣୁ ଆମେ କିପରି ଏହାର ମୁକାବିଲା କରିବା ସମିଲିତ ସହ ସହ ଯୋଗରେ ସମ୍ପୂର୍ଣ ମାନ ପ୍ରାଣ ଦେଇ ଜୀବନ ର ବ୍ୟସ୍ତ ଜୀବନରେ କିଛି କିଛିବି ସମୟ ବାହାର କରି ଅନ୍ୟ ମାନଙ୍କ ନିଶ୍ଚକ. ଖୋଳା ହୃଦୟ ଚିତରେ ସେବା ଯାହା ମାନବ ସେବା ମାଧବ ସେବା କୁ ସଂଯୋଗ କରାଏ. ଯାହା ଆମେ ମାନେ ତାର ଦୃଷ୍ଟାଣ୍ଟ ହେବାର ସୌଭାଗ୍ୟ ଲାଭ କରିବା !କିପରି ସମଝ ରେ ଅବହେଳିତ ନିଷ୍ପେସିତ ପୀଡିତା ନିରାଶ୍ରୟୀ ଙ୍କୁ ପାଖରେ ପହଁଚି ସେମାନଙ୍କ ଆଶାର ବାଡ଼ି ହୋଇ ଠିଆ ହେବା ପାଇଁ ଜୋର ଦେଇଥିଲେ | ଏବଂ କାର୍ଯ୍ୟାଳୟ ର ଉଦଘାଟନ ପରେ ନିଜର ଉଦବୋଧନରେ ସଦସ୍ୟ ମାନଂକୁ ପ୍ରଥମ ଉପୁଜୁଥିବା କଳୁଷିତ ସମାଜରେ ସମିଳିତ ଆବାଜ ବୁଲନ୍ଦ କରି ସତ୍ୟ ନିଷ୍ଠା ଆନ୍ତରିକତା ସହ କିଛି କିଛି ବି ଅବହେଳିତ ପୀଡିତା ପ୍ରତାରିତା ଙ୍କ ପାଇଁ ଅଣ୍ଟା ଭିଡ଼ିବାକୁ ହେବ ବୋଲି ସମସ୍ତ ସଦସ୍ୟ ଙ୍କୁ ଆହ୍ୱାନ ଦେଇଥିଲେ |

ଯାହା ଆଗାମୀ ଦିନରେ ଏକ ବିରାଟ ସଂଗଠନ ହେବାର ଏକ ଦୃଢ଼ ବିଶ୍ୱାସ ସହ ଆଗେଇବା ପାଇଁ କହିଥିଲେ ! ଆଉ ନିଶ୍ଚିତ ଭାଗେ ଏ ସଂଗଠନଏକମନ ପ୍ରାଣ ନେଇ ଆଗକୁ ବଢିବ ହଜାର ହଜାର ସଦସ୍ୟ ବିଭିନ୍ନ ଜିଲ୍ଲା ବ୍ଲକ ରେ ଯୋଡି ହେବା ସଂଗେ କାର୍ଯ ମଧ୍ୟ ତ୍ଵରାନ୍ୱିତ ହେବ.ସଭା ଶେଷରେ ମୁଖ୍ୟ ଅତିଥି ବିଶ୍ୱଜିତ ସାର,ସଞ୍ଜୟ ସାରଏବଂ ଶ୍ରୀମତୀ ପ୍ରତିଭା ସାହୁ ଖୁସି ଜାହିର କରି ସମସ୍ତଙ୍କ ପାଇଁ ଅର୍ଣ୍ଣପ୍ରସାଦ ବ୍ୟବସ୍ଥା କରାଇବା ସହ ସମସ୍ତ ଙ୍କୁ ଶୁଭେତ୍ସା ଧନ୍ୟବାଦ ଜଣାଇ ଥିଲେ.

Leave a Reply

Your email address will not be published. Required fields are marked *