ଝଙ୍କଡ଼ : ବାରନମ୍ବର ସାରଳାକେନାଲ ର ପଣସଗଡା ସାଇଫେନ ପାଖରୁ ବାହାରିଥିବା ଶାଖାକେନାଲ ବନ୍ଧରାସ୍ତା ଟି ଖାଲଖମା ରେ ପରିଣତ ହୋଇଛି l ବିଶେଷକରି ସାରଳାମନ୍ଦିର ରୁ ବାହାରି କଣ୍ଟାପଡା ଓ ତରାପୁର ଗାଁ ଭିତରେ ନପସି, କଣ୍ଟାପଡା କେନାଲପୋଲ ଦେଇ ସିଧାସଳଖ ଛତ୍ରମଠ ରେ ପହଞ୍ଚିବା ପାଇଁ ମାତ୍ର ବର୍ଷକ ପୂର୍ବରୁ ନିର୍ମାଣ ସରିଥିବା କେନାଲ ବନ୍ଧ ରାସ୍ତାରେ କେଉଁଠି ଉଭୟପାର୍ଶ୍ଵ ଖାଲଖମା ତ ଆଉକେଉଁଠି କଂକ୍ରିଟ ଉଠିଗଲାଣି l କମବାଟ ପଡୁଥିବା ରୁ ବାଟୋଇ ମାନେ ପ୍ରାୟତଃ ଏହି କେନାଲବନ୍ଧ ରାସ୍ତା ଉପରେ ନିର୍ଭୟ କରିଆସୁଥିଲେ l ମାତ୍ର ଏହି ରାସ୍ତାର ଅବସ୍ଥା ଦିନକୁଦିନ ଶୋଚନୀୟ ହୋଇପଡିବାରୁ, ଯାନବାହାନ ଗୁଡିକ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l
ଏରଷମା, ନରୁଆଛକ ଓ ଜଗନ୍ନାଥପୁର ଆଦି ଅଞ୍ଚଳର ଲୋକମାନେ ସାରଳା ମନ୍ଦି ର କୁ ଆସିଲାବେଳେ, ସୁବିଧାଦୃଷ୍ଟିରୁ ଏହି କେନାଲବନ୍ଧ ରାସ୍ତାଉପରେ ନିର୍ଭରକରିଆସୁଥିଲେ ମାତ୍ର ରାସ୍ତାର ଦୁରାବସ୍ଥା ଯୋଗୁଁ ବାଧ୍ୟହୋଇ ଗାଁ ଭିତର ଦେଇ ଆସିବାକୁ ପଡୁଛି l ଯେତେଶୀଘ୍ର ତିର୍ତ୍ତୋଲ ଜଳସମ୍ପଦ ବିଭାଗୀୟ ଯନ୍ତ୍ରୀମାନଙ୍କ ଦ୍ୱାରା ଅନୁଧ୍ୟାନ କରାଯାଇ ଏହି କେନାଲବନ୍ଧ ରାସ୍ତାର ପୁନଃନିର୍ମାଣ କରିବାକୁ ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ପାଇଁ, ଛତ୍ରମଠ, ସତ୍ୟନାରାୟଣ ପାଲା ଅନୁଷ୍ଠାନ ଓ ସରସ୍ବତୀ ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି ଧୁନଚନ୍ଦ୍ର ସେନାପତି, ପୂର୍ବତନ ସମିତିସଭ୍ୟ ବିଭୁତିଭୂଷଣ ଦାସ, ମହେଶ ଚନ୍ଦ୍ର ନାୟକ, ଦ୍ୱିଜବର ବାରିକ, ପ୍ରହ୍ଲାଦ ଚନ୍ଦ୍ର ନାୟକ, ଜ୍ଞାନରଞ୍ଜନ ନନ୍ଦ, ରାଜକିଶୋର ସେଠି ଙ୍କ ସମେତ ସ୍ଥାନୀୟଅଞ୍ଚଳର ଅଧିବାସୀ ମାନେ ଦୃଢଦାବୀ କରିଅଛନ୍ତି l
