ମାହାଙ୍ଗା : କଟକ ଜିଲ୍ଲା ମୂଳବସନ୍ତ ପଂଚାୟତ ସ୍ଥିତ ହଂସଦିଆ ସ୍ଥିତ ଶ୍ରୀ ବୃନ୍ଦାବନଜୀଉଙ୍କ ୩0 ତମ ବାର୍ଷିକ ଝୁଲଣ ଯାତ୍ରା ଓ ସମ୍ବର୍ଦ୍ଧନା ଉତ୍ସବ ବେଶ ଧୁମ ଧାମରେ ପାଳିତ ହୋଇଯାଇଛି l ଝୁଲଣ କମିଟିର ମୁଖ୍ୟ ନାରାୟଣ କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଉତ୍ସବରେ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ l ସୁସାହିତ୍ୟିକ କବି ପ୍ରଶାନ୍ତ କୁମାର କରଙ୍କ ପୌରହୀତ୍ୱରେ ଆୟୋଜିତ ଏକ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ତଥା ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ଯୋଗଦେଇ ଉତ୍କଳୀୟ ସଂସ୍କୃତିରେ ଝୁଲଣ ଯାତ ଅନେକ ଗୁରୁତ୍ୱ ବହନକରେ l
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଲଷ୍ମୀଧର ଖୁଣ୍ଟିଆ, ସମ୍ମାନିତ ବକ୍ତା ଭାବେ ସାମ୍ବାଦିକ ରମେଶ ଚନ୍ଦ୍ର ସାହୁ l ସଂସ୍କୃତି ପ୍ରେମୀ ବଟକୃଷ୍ଣ ଦାଶ,ସାମ୍ବାଦିକ ଅଶୋକ ଦାଶ, ଅଜୟ କୁମାର ଭଦ୍ର ପ୍ରମୁଖ ଯୋଗଦେଇ ପ୍ରଭୁ ବଳଦେବଙ୍କ ଜନ୍ମଦିନକୁ ଆହୁରି ସ୍ମରଣୀୟ କରିବାରେ ଝୁଲଣ ଯାତ୍ରାର ତତ୍ପର୍ଯ୍ୟ ଓ ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ l
ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ସାହିତ୍ୟିକ, ସାମ୍ବାଦିକ, କଳାକାର ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ I ଅନୁଷ୍ଠାନ ପକ୍ଷରୁ ସର୍ବଶ୍ରୀ ନରେଶ ରାଉତ , ସନ୍ତୋଷ ଶତପଥି, ସୁବାଷ ଶତପଥି, ଅଜୟ ପତ୍ର, ପ୍ରଶାନ୍ତ ଲେଙ୍କା, ସୁଧାକର ପଣ୍ଡା, ପ୍ରଦୀପ୍ତ ନାୟକ, କୈଳାସ ପଲେଇ, ବିଳାସ ପଲେଇ, ବବୁଲ ନନ୍ଦ, ତନ୍ମୟ ନନ୍ଦ, ପାୟଲ ନନ୍ଦ, କେଶବ ବାରିକ, ମେଘୁ ଘଡେଇ, ଅଶୋକ ରାୟ, ସତ୍ୟଜିତ ଜେନା, ବସନ୍ତ ରାଉତ, ଅଚ୍ୟୁତାନନ୍ଦ ପଣ୍ଡା, ଲଷ୍ମୀଧର ପାତ୍ର, ଅରୁଣ ନାୟକଙ୍କ ସମେତ ସମସ୍ତ ନିମନ୍ତ୍ରଣ ଅତିଥି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକରଙ୍କ ନେତୃତ୍ୱରେ ୩ ଦିନ ବ୍ୟାପୀ ଭଜନ ସନ୍ଧ୍ୟା ପରିବେଶ ହୋଇଥିଲା l ବହୁ ସାହିତ୍ୟ ସଂସ୍କୃତି ପ୍ରେମୀ ଜନସାଧାରଣ ଉତ୍ସବରେ ଉପସ୍ଥିତ ଥିଲେ l
