କଟକ : ୪୨ ମୌଜା ଅର୍ନ୍ତଗତ ଶ୍ରୀରାମ, ଦଧିବାମନପୁରସ୍ଥିତ ଶ୍ରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ‘ରାକ୍ଷୀପୂର୍ଣ୍ଣିମା ଉତ୍ସବ’ ମହାଆଡମ୍ବରରେ ପାଳିତ ହୋଇଥିଲା | ଉକ୍ତ ଦିବସରେ ବେଣ୍ଟକାର ସ୍ଥିତ ପ୍ରଜାପିତା ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର କାର୍ଯ୍ୟକର୍ତ୍ତା ରୀନା ଭଉଣୀ ଓ ସହଯୋଗୀ ଝିଲ୍ଲୀ ଭଉଣୀ ଯୋଗ ଦେଇଥିଲେ । ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ରବିନ୍ଦ୍ର ଦେବତା, ସହ ସଂପାଦିକା ସୁମିତା ଦେବତା,ପ୍ରଧାନ ଆଚାର୍ଯ୍ୟ ବିଶ୍ୱରଞ୍ଜନ ତ୍ରିପାଠୀ,ଅଭିମନ୍ୟୁ ସ୍ୱାଇଁ ରାକ୍ଷୀପୂର୍ଣ୍ଣିମାର ମହତ୍ତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ ।
ଏହାପରେ ଶିଶୁଭାଇଭଉଣୀଙ୍କ ମଧ୍ୟରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲକ୍ଷ୍ମୀପ୍ରିୟା ଗୁରୁମା,ବେବିନା ଗୁରୁମା,ଦେବବ୍ରତ ଗୁରୁଜୀ, ଗୀତା ଗୁରୁମା ଓ ଅନ୍ୟ ଗୁରୁଜୀ ଗୁରୁମାଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁରୂପେ ସଂପାଦିତ ହୋଇଥିଲା ।
