କଟକ : କୈବଲ୍ୟ ସାହିତ୍ୟ ସଂସଦର ଦଶମ ବାର୍ଷିକ ଆଧ୍ୟାତ୍ମିକ ଗବେଷଣାତ୍ମକ ପତ୍ରିକା ” ବଳଦେବ ବିଥିକା” କେନ୍ଦ୍ରାପଡ଼ା ବଳଦେବ ଜିଉ ମନ୍ଦିର ପ୍ରାଙ୍ଗଣରେ ବଳଦେବ ଜନ୍ମ ମହୋତ୍ସବ ପାଳନ ଅବସରରେ ଉନ୍ମୋଚିତ ହୋଇ ଯାଇଛି । କେନ୍ଦ୍ରାପଡ଼ାର ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁରାମ ଆର ଆୟାର ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ । ବଳଦେବ ମନ୍ଦିର ସେବାୟତ ନିଯୋଗର ଟ୍ରଷ୍ଟି ନୃସିଂହ ପ୍ରସାଦ ପତି ବଳଦେବ ଜନ୍ମ ମହୋତ୍ସବ ରାଜ୍ୟସ୍ତରୀୟ ୧୦୯ ତମ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ । ବଳଦେବ ବିଥିକା ଆଧ୍ୟାତ୍ମିକ ସାହିତ୍ୟ ଗବେଷଣା କ୍ଷେତ୍ରରେ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ ।
ମୁଖ୍ୟ ଅତିଥି ପ୍ରଫେସର ଡ଼କ୍ଟର ସର୍ବେଶ୍ୱର ସେଣ କୈବଲ୍ୟ ସାହିତ୍ୟ ସଂସଦ ସାହିତ୍ୟ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଛି ବୋଲି ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି କୈବଲ୍ୟ ସାହିତ୍ୟ ସଂସଦ ର ନୂତନ ସୃଷ୍ଟି ପ୍ରତିଷ୍ଠା ପ୍ରଦାନ କରିପାରିଛି ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ । କବି ବଂଶୀଧର ମହାପାତ୍ର ବଳଦେବ ଜନ୍ମ ଶୀର୍ଷକ କବିତା ଗାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ତୁଳସୀ କ୍ଷେତ୍ର ଆଧ୍ୟାତ୍ମିକ ଚେତନାର ପ୍ରାଣକେନ୍ଦ୍ର ବୋଲି ସ୍ପଷ୍ଟ କରିଥିଲେ । ଉକ୍ତ ଅବସରରେ ନାମ ସଂକୀର୍ତ୍ତନ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ କବି ହିମାଂଶୁ ଭୂଷଣ ଜେନା , ବେଣୁଧର ନାୟକ , କବି ଅନ୍ତଯ୍ୟାମି ବେଜ୍, ଡ଼କ୍ଟର ଲକ୍ଷ୍ମଣ ସାହୁ, ରୂପେଶ ନାୟକ,ତାପସ କୁମାର ସାହୁ , ଜଗବନ୍ଧୁ ପ୍ରଧାନ, ସୁନାକର ପ୍ରଧାନ, ଅଶୋକ କୁମାର ସୁଆର, ବିନୋଦ କୁମାର ବେହେରା ଯୋଗଦାନ କରି ବଳଦେବ ଜନ୍ମ ଏବଂ ରକ୍ଷା ବନ୍ଧନ ର ମାହାତ୍ମ୍ୟ କୁ ବ୍ୟାଖ୍ୟା କରିଥିଲେ । ସାରସ୍ଵତ ସାଧକ ଏବଂ ସାଧିକା ମାନଙ୍କୁ ରାଜ୍ୟସ୍ତରୀୟ ବଳଦେବ ସାରସ୍ଵତ ସମ୍ମାନ ଏବଂ ସମାଜସେବୀ ମାନଙ୍କୁ ରାଜ୍ୟସ୍ତରୀୟ ବଳଦେବ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ବିଶିଷ୍ଟ କବି ସତ୍ୟବ୍ରତ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ ।
