୪୨ମୌଜା ବିକାଶ ପରିଷଦ ପକ୍ଷରୁ ଶୀତବସ୍ତ୍ର କମ୍ବଳ ବଣ୍ଟନ

କଟକ ରାଜ୍ୟ
Spread the love

କଟକ ସଦର, ୧୩/୧୨: ବୟାଳିଶ ମୌଜା ବିକାଶ ପରିଷଦ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷର ଶୀତ ବସ୍ତ୍ର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆଇତଳଙ୍ଗ ସ୍ଥିତ ସ୍ଵପ୍ନେଶ୍ଵର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ପରିଷଦର ସଭାପତି ଆଡ଼ଭୋକେଟ କେଶବ ଚନ୍ଦ୍ର କର ଅଧ୍ୟକ୍ଷତା କରିଥିବା ସ୍ଥଳେ ସମ୍ପାଦକ ସନ୍ତୋଷ କୁମାର ପତି ସ୍ୱାଗତ ଭାଷଣ ଦେଇଥିଲେ। ପରିଷଦ ପକ୍ଷରୁ ୨୫ଜଣ ହିତାଧିକାରୀଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରାଯାଇଥିଲା। ପରିଷଦ ପକ୍ଷରୁ ୪୨ ମୌଜା ବିକାଶ ପରିଷଦ କଲ୍ୟାଣ ପାଣ୍ଠି ନାମରେ ଏକ ପାଣ୍ଠି ଗଠନ କରାଯାଇ ପ୍ରତିବର୍ଷ ଅସହାୟ, ଗରିବ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ ବୋଲି ସଭାପତି ପ୍ରକାଶ କରିଥିଲେ। ଆଜିର ଶୀତବସ୍ତ୍ର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଗୌତମ ଚରଣ ପରିଡା, ଉପଦେଷ୍ଠା ପ୍ରମୋଦ କୁମାର ମହାପାତ୍ର, ବୁଲେଇ ବେହେରା, କୋଷାଧକ୍ଷ ଭଜକୃଷ୍ଣ ଲେଙ୍କା, ସହ ସମ୍ପାଦକ ସୁରେଶ ଚନ୍ଦ୍ର ଦେବତା, ସଂଯୋଜକ ନିକୁଞ୍ଜ କୁମାର ସ୍ୱାଇଁ, ରବୀନ୍ଦ୍ର କୁମାର ଦେବତା, ହେମନ୍ତ କୁମାର ପାତ୍ର, ଶରତ ଚନ୍ଦ୍ର ଦାସ, ଅଶୋକ କୁମାର ତ୍ରିପାଠୀ, ସଞ୍ଜୟ କୁମାର ବେହେରା ଓ ଦୀନବନ୍ଧୁ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିରରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ସମ୍ପାଦକ ସନ୍ତୋଷ କୁମାର ପତି ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *