ମାହାଙ୍ଗା, ୧୩/୧୨: ମାହାଙ୍ଗା ମାଟିର ସାଂସ୍କୃତିକ ସୂତ୍ରଧର,ଅହିଂସାର ପୂଜାରୀ,ବହୁ ସାମାଜିକ ଆନ୍ଦୋଳନର ଅଗ୍ରଣୀ ସେନାପତି ସ୍ବର୍ଗତ ପ୍ରଶାନ୍ତ କାନୁନଗୋଙ୍କ ୮୫ ତମ ଜନ୍ମ ଜୟନ୍ତୀ ଓ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଓସଙ୍ଗ କେନ୍ଦ୍ରୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ନାଟ୍ୟ ସାରଥୀ ଅଭୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶରତ କର -ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ପୂର୍ବତନ ଆୟାକର କମିଶନର ଶୋଭନ କର ଯୋଗଦେଇ ମୂଲ୍ୟବୋଧ ଏବଂ ନୈତିକତା ଆମ ସଂସ୍କୃତିର ବୈଭବ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଆଇ ଏ ଏସ ମନୋରଞ୍ଜନ ମଲ୍ଲିକ,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଆଶୁତୋଷ ମହାନ୍ତି, ଗୀତିକାର ବିଶ୍ୱେଶ୍ୱର ମହାନ୍ତି,ସମାଜସେବୀ ବିକାଶ ପଟ୍ଟନାୟକ, ଡକ୍ଟର ମନୋରଞ୍ଜନ ବେହୁରା, ଡକ୍ଟର ଏକାଦଶୀ ପ୍ରଧାନ,ଡାକ୍ତର ତନ୍ମୟ ମହାନ୍ତି, ରସରାଜ ବୀରକିଶୋର ସ୍ୱାଇଁ,ଶିକ୍ଷାବିତ ରତ୍ନାକର ମହାନ୍ତି,କ୍ରୀଡ଼ାବିତ ରବି ନାରାୟଣ ମହାନ୍ତି,ବରିଷ୍ଠ ପୋଲିସ ଅଧିକାରୀ ବିଭୁତିଭୂଷଣ ପଟ୍ଟନାୟକ, ଔପନ୍ୟାସିକା ବିଦୁଲତା ପ୍ରଧାନ, ସମାଜସେବୀ ରୁଦ୍ର ନାରାୟଣ ସିଂ,ଆଡ଼ଭୋକେଟ ଶୁଭେନ୍ଦୁ ମହାନ୍ତି, ଡକ୍ଟର ଜୟରାମ ସ୍ୱାଇଁ, ନାଟ୍ୟ ନିର୍ଦ୍ଦେଶକ ହୁଣ୍ଡୁ ଲାଲ, ସାହିତ୍ୟିକ ଅଖିଳେଶ ମହାନ୍ତି, କବି ଗୌତମ ଜେନା, ସାମ୍ବାଦିକ ଧନେଶ୍ୱର ସେଠୀ, ସାମ୍ବାଦିକ ବିଜୟ କୁଅଁର, ସାମ୍ବାଦିକ ରମେଶ ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ l ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ”ପ୍ରଶାନ୍ତ କାନୁନଗୋ ସ୍ମୁତି ସମ୍ମାନ” -୨0୨୫ ରେ ସମ୍ମାନିତ କରାଯାଇଥିଲା l ବିଦ୍ୟାଳୟ ସ୍ତରୀୟ ନୃତ୍ୟ, ସଂଗୀତ, ବକ୍ତୃତା, ଚିତ୍ରାଙ୍କନ, ଏକକ ଅଭିନୟ, ସାଧାରଣ ଜ୍ଞନ ଆଦି ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜ୍ଜନ କରିଥିବା ଛାତ୍ର-ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱରା ପୁରସ୍କୃତ କରାଯାଇଥିବା ବେଳେ,ବିଭିନ୍ନ ବିଦ୍ୟାଳୟର ଆଦର୍ଶ ଶିକ୍ଷକ – ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବା ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ସାମ୍ବାଦିକ,ଶିକ୍ଷକ ଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ସମାଜସେବୀ ରାଜକିଶୋର ଜେନା, ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ସ୍ୱାଇଁ, ସି ଆର ସି ସି ବିନୟ ମହାନ୍ତି,ନିହାର ରଞ୍ଜନ ସାମଲ,ନିରୋଦ ପାତ୍ର,ପ୍ରମୁଖ ପରିଚାଳନା କରିଥିଲେ l
