ଜଗତସିଂହପୁର/ ଝଙ୍କଡ଼ : ପବିତ୍ର ଉତ୍କଳଦିବସ ଉପଲକ୍ଷେ, ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପୀଠରେ, ରାହାମା ତାଳପଡା ସ୍ଥିତ ଆକ୍ସିସ ବ୍ୟାଙ୍କ, ସାଇଲୋ ବ୍ରାଞ୍ଚ ଶାଖା ତରଫରୁ, ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ, ତିର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ଥଣ୍ଡା ପାନୀୟ ଜଳ ଓ ଦହିପଣା ବଣ୍ଟନ କରାଯାଇଛି ।
ଚଳିତ ବ୍ୟାଙ୍କ ଆର୍ଥିକ ବର୍ଷର ଆରମ୍ଭରେ , ଶାଖା ପରିଚାଳକ ସତ୍ୟଜିତ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ବ୍ୟାଙ୍କର ବିଭିନ୍ନବିଭାଗରେ କାର୍ଯ୍ୟରତ ପଦାଧିକାରୀ ସୌମ୍ୟ ରଞ୍ଜନ ମହାନ୍ତି, ମିତାରାଣୀ ସ୍ଵାଇଁ , ଶୁଭେନ୍ଦୁ ବିଶ୍ବାଳ, ଜ୍ୟୋତି ପ୍ରକାଶ ପରିଡ଼ା, ଅଭିଷେକ ସ୍ଵାଇଁ , ସ୍ମୁତି ମହାରଣା , ମୂରଲୀଧର ସେଠୀ, ବିପ୍ଳବ ପାଣି , ସରୋଜ କୁମାର ନାୟକ , ନଳିନୀକାନ୍ତ ନାୟକ ଓ ଆୟୋଜକ ପ୍ରକାଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ସ୍ୱେଚ୍ଛାସେବୀ ମାନେ ଏଠାରେ ଏକ ଜଳଛାତ୍ର ଶିବିର ଖୋଲିବା ସହିତ ମନ୍ଦିର ବେଢ଼ା ଭିତରେ ମଧ୍ୟ ଭ୍ରାମ୍ୟମାଣ ଥଣ୍ଡା ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା କରିଥଲେ। ଛୁଟିଦିନ ଅବସରରେ ବ୍ୟାଙ୍କ କର୍ମଚାରୀ ମାନଙ୍କ ଏହି ମହନୀୟ ସେବାକାର୍ଯ୍ୟକୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି ।