କୈବଲ୍ୟ ସାହିତ୍ୟ ସଂସଦର ଶ୍ରୀ କୃଷ୍ଣ ଚେତନା ମହୋତ୍ସବ

ରାଜ୍ୟ
Spread the love

କଟକ :   କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୧୧୦ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଶ୍ରୀ କୃଷ୍ଣ ଜନ୍ମ ମହୋତ୍ସବ ଗୋପାଳ ଜୀୟୁ ମନ୍ଦିର ଏବଂ ଇସ୍କନ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇ ଯାଇଛି । ଭଗବାନ ଶ୍ରୀ କୃଷ୍ଣ ଙ୍କୁ ସମବେତ ଭକ୍ତି ଆରାଧନା କରାଯାଇଥିଲା । ଅନେକ ଶ୍ରଦ୍ଧାଳୁ ଭକ୍ତି ଅନୁଭୂତି ବ୍ୟାଖ୍ୟା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରି ଶ୍ରୀ କୃଷ୍ଣଙ୍କ ମହିମା ବ୍ୟାଖ୍ୟା କରିଥିଲେ ।

ବରିଷ୍ଠ ଆଇନଜୀବୀ ପ୍ରତାପ ଦାସ ଉଦ୍ ଘାଟନ କରି ପ୍ରଭୁଙ୍କ ନାମ ଯଜ୍ଞ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଫେସର ଡ଼କ୍ଟର ଅଶୋକ କୁମାର ରାୟ ଶ୍ରୀ କୃଷ୍ଣ ଦର୍ଶନ ବ୍ୟାଖ୍ୟା କରିଥିଲେ । ମୁଖ୍ୟ ବକ୍ତା ଡ଼କ୍ଟର ଲକ୍ଷ୍ମଣ ସାହୁ ଆଧ୍ୟାତ୍ମିକ ଚେତନାର ଭାବନାତ୍ମକ ଦିଗ ସମ୍ପର୍କରେ ଟିପ୍ପଣୀ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମାନନ୍ଦ ମହାନ୍ତି , ବଂଶୀଧର ମହାପାତ୍ର, ଭରଦ୍ୱାଜ ଦାସ, ରାଧାକାନ୍ତ ଦାସ, ବିଷ୍ଣୁ ଚରଣ ଦାସ ଏବଂ ପ୍ରତାପ ଚନ୍ଦ୍ର ଦାସ ଯୋଗଦାନ କରିଥିଲେ ।

ଶ୍ରଦ୍ଧାଳୁ ମାନଙ୍କୁ ଆଧ୍ୟାତ୍ମିକ ସମ୍ମାନ ରାଜ୍ୟସ୍ତରୀୟ ଶ୍ରୀ କୃଷ୍ଣ ସେବା ସମ୍ମାନ ଏବଂ ରାଜ୍ୟସ୍ତରୀୟ ଶ୍ରୀ କୃଷ୍ଣ ସାରସ୍ଵତ ସମ୍ମାନ ପ୍ରଦାନ କରାଯାଇଥିଲା । ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା ।

Leave a Reply

Your email address will not be published. Required fields are marked *