ଗ୍ରାମୀଣ ଜଳଯୋଗାଣ ଯନ୍ତ୍ରୀଙ୍କ ସାରଳା ମନ୍ଦିର ପରିଦର୍ଶନ

ରାଜ୍ୟ
Spread the love

ଝଙ୍କଡ଼  :  ଗ୍ରାମୀଣ ଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଭାବରେ ଇଂ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ଗତ ଛଅତାରିଖ ରେ ରଘୁନାଥପୁର ସ୍ଥିତ ଗ୍ରାମୀଣ ଜଳପରିମଳ କାର୍ଯ୍ୟାଳୟ ରେ ଯୋଗଦାନ କରିବା ପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା, ଅବସରରେ କହିଥିଲେ ଯେ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ଅଞ୍ଚଳର ପ୍ରତିଟି ଘରକୁ ସ୍ୱଛ ପାନୀୟ ଜଳ ଯୋଗାଇଦେବା କ୍ଷେତ୍ରରେ ତାଙ୍କର ମୁଖ୍ୟ ପ୍ରାଥମିକତା ରହିବ l ଏଥିସହିତ ସ୍ଥାନୀୟ ଅଞ୍ଚଳରେ ଲାଗିରହିଥିବା ସମସ୍ତ ଜଳପ୍ରକଳ୍ପ କୁ ତ୍ୱରାନ୍ୱିତ କରି ବ୍ୟବସ୍ଥାର ସୁଧାର ଆଣିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ସୂଚନା ଦେଇଥିଲେ l ତେବେ ସେ ଜଣେ ଦକ୍ଷ, ପ୍ରବୀଣ, ଅଭିଜ୍ଞ ଓ କର୍ତ୍ତବ୍ୟନିଷ୍ଟ ଏବଂ ତାଙ୍କର ଦୀର୍ଘବର୍ଷ ର ଅଭିଜ୍ଞତା ରହିଥିବା ବେଳେ, ପୂର୍ବରୁ ବହୁ ଗୁରତ୍ୱପୂର୍ଣ୍ଣ ଜଳପ୍ରକଳ୍ପ କୁ ସୁଚାରୁରୂପେ ପରିଚାଳନା କରିଥିବାର ଦକ୍ଷତା ମଧ୍ୟ ରହିଅଛି l

Leave a Reply

Your email address will not be published. Required fields are marked *