ଦିଲ୍ଲୀରେ ୨୦୦ ଘରୋଇ ହଷ୍ଟେଲ ବିପଦରେ

ଦେଶବିଦେଶ
Spread the love

ନୂଆଦିଲ୍ଲୀ : ଦିଲ୍ଲୀର ସତ୍ୟ ନିକେତନରେ ପିଜି କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ହେବାପ‌ରେ ଏବେ ଅନ୍ୟ ହଷ୍ଟେଲ୍‌ଗୁଡ଼ିକର ସ୍ଥିତିକୁ ଭଲଭାବେ ଯାଞ୍ଚ କରାଯାଇଛି । ଦିଲ୍ଲୀର ଜଣେ ଅଧିକାରୀ ନିଜର ନାଁ ପ୍ରକାଶ ନକରି କହିଛନ୍ତି ଯେ ୨୦୦ରୁ ଅଧିକ ପିଜି ହଷ୍ଟେଲ୍‌ ବିପଜ୍ଜନକ ଶ୍ରେଣୀ‌‌ରେ ରହିଛି । ଏହି ପିଜି ହଷ୍ଟେଲ୍‌ ସମେତ ସହରର ଅନ୍ୟ ପିଜି ହଷ୍ଟେଲ୍‌ଗୁଡ଼ିକର ଭିତ୍ତିଭୂମିକୁ ଭଲଭାବେ ପରୀକ୍ଷା କରାଯିବ । ବରିଷ୍ଠ ଅଧିକାରୀମାନଙ୍କ ସହ‌ ଏକ ବୈଠକ ପରେ ଅଧିକ କଠୋର ନିୟମ ଉପରେ ବିଚାର କରାଯାଉଛି ।
ଦୁଃଖଦ ସତ୍ୟ ନିକେତନ ଘଟଣା ପରେ ଏମ୍‌ସିଡି ଡେପୁଟି କମିସନର, ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର, ସୁପରିଣ୍ଟେଣ୍ଡିଙ୍ଗ ଇଞ୍ଜିନିୟର, ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଜୁନିଅର ଇଞ୍ଜିନିୟର ନିଲମ୍ବିତ ହୋଇଛନ୍ତି । କୋଠାର ମାଲିକ ଗିରଫ ହୋଇଛନ୍ତି । ଦିଲ୍ଲୀରେ ସ୍ବୀକୃତି ନଥାଇ ନିର୍ମାଣ ହୋଇଥିବା ୫ ମହଲା କୋଠାକୁ ତୁରନ୍ତ ସିଲ୍‌ କରାଯାଇଛି । ନିକଟସ୍ଥ ପିଜି ଓ କୋଠାଗୁଡ଼ିକୁ ଭଲଭାବେ ଯାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *