ଶାଗବାରିଆରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ମହାରାଜ ଙ୍କ ଜନ୍ମଶତବାର୍ଷିକ ପାଳନ

ରାଜ୍ୟ
Spread the love

ଝଙ୍କଡ଼ :  ତିର୍ତ୍ତୋଲବ୍ଲକ, ନରୁଆ ଶାଗବାରିଆ ଠାରେ, ଜଗତସିଂହପୁରଜିଲ୍ଲା ଧର୍ମରକ୍ଷା ସମିତି ଆନୁକୂଲ୍ୟରେ ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା, ଧର୍ମରକ୍ଷା ଦିବସ ପାଳନ ର ତୃତୀୟ ସନ୍ଧ୍ୟାରେ ବେଦାନ୍ତକେଶରୀ ରାଷ୍ଟ୍ରସନ୍ଥ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ମାଳିକାବିଶାରଦ ବାବା ଦିବାକର ଦାସମହାରାଜ ପ୍ରବକ୍ତାଭାବରେ ଯୋଗଦେଇ, ଆଜିର ବଳିଦାନ ଭଳି ପବିତ୍ର ଦିବସରେ ଧର୍ମଜାଗରଣ ଓ ସର୍ବପ୍ରାଚୀନ ସନାତନ ହିନ୍ଦୁଧର୍ମ ସୁରକ୍ଷା ଓ ସୁଦୂରପ୍ରସାରି କରିବାପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ l

ଏଥିରେ ଜିଲ୍ଲାସଂଯୋଜକ ପ୍ରଦୀପ ଲେଙ୍କା, ରାମାୟଣୀ ପଣ୍ଡିତ ଅଭୟ ଦାଶ ( ବୁଲୁନନା ) ସଙ୍ଘଚାଳକ ରଞ୍ଜନ କୁମାର ସାମଲ, ସଙ୍ଘର ପ୍ରାଦେଶିକ ବ୍ୟବସ୍ଥା ପ୍ରମୁଖ ଦେବେନ୍ଦ୍ର ବିଶ୍ୱାଳ, ଯଶୋବନ୍ତ ରାଉତ, ପ୍ରଶାନ୍ତ ବାବା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ, ପରିଯୋଜନା ପ୍ରମୁଖ ରମାକାନ୍ତ ଭାଇ, ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ତାରେଣିଆ, ନିମାଇଁ ଚରଣ ବିଶ୍ୱାଳ, ରାଜକିଶୋର ସ୍ୱାଇଁ, ରଞ୍ଜନ ବିଶ୍ୱାଳ ଓ କବୟିତ୍ରୀ ବସନ୍ତ ମଞ୍ଜରୀ ଦେବୀ ଙ୍କ ସମେତ, ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଆସନ୍ତା ଏଗାର ତାରିଖ ଶୁକ୍ରବାର ଦିନ ଏହି ଏକସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଉଦଯାପିତ ହେବବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *