ଡାକ୍ତର ପ୍ରଭୁପଦ ମହାନ୍ତିଙ୍କ ୧୭ତମ ସ୍ମୃତି ଉତ୍ସବ ଅନୁଷ୍ଠିତ

ରାଜ୍ୟ
Spread the love

ମାହାଙ୍ଗା  :  ବିଶିଷ୍ଟ ସମାଜସେବୀ, ଖ୍ୟାତନାମା ଚିକିତ୍ସକ, ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳର ଗାନ୍ଧୀ ଡାକ୍ତର ପ୍ରଭୁପଦ ମହାନ୍ତିଙ୍କ ୧୭ ତମ ସ୍ମୁତି ଉତ୍ସବ କୁହୁଣ୍ଡା ଗ୍ରାମପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l କୁହୁଣ୍ଡା ଗ୍ରାମପଂଚାୟତର ପ୍ରତିଷ୍ଠାତା, ପୂର୍ବତନ ସରପଞ୍ଚ ଡାକ୍ତର ପ୍ରଭୁପଦ ମହାନ୍ତି ରୋଗୀ ମାନଙ୍କ ସେବା ସହିତ ବହୁ ଜନକଲ୍ୟାଣ କାର୍ଯ୍ୟକ୍ରମ କରିଥିବାରୁ,ସେ ସାଧାରଣ ଜନତାଙ୍କ ହୃଦୟରେ ସବୁଦିନ ପାଇଁ ବଂଚି ରହିବେ ବୋଲି ସଭାରେ ଯୋଗଦେଇଥିବା ବହୁ ବକ୍ତା ମତ ପୋଷଣ କରିଥିଲେ l
ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୁତି ଉତ୍ସବରେ ପ୍ରାଧ୍ୟାପକ ଡକ୍ଟର ନିଖିଳେଶ ପଦ ମହାନ୍ତି,ଅଧ୍ୟାପିକା ଜ୍ୟୋତିର୍ମୟୀ ମହାନ୍ତି, ବଳରାମ ରାଉତ,ଶିଖିଳେଶ ପଦ ମହାନ୍ତି, ଭାଗ୍ୟଧର ମହାନ୍ତି, ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ଦେବପଦ ମହାନ୍ତି, ଦୁର୍ଗାମାଧବ ମହାନ୍ତି, ଗଣେଶ ବେହାରୀ, ଅନିଳେଶ ମହାନ୍ତି,ପରମାନନ୍ଦ ମହାନ୍ତି, ଅଜୟ କୁମାର ନନ୍ଦ, ଶ୍ରଦ୍ଧାଞ୍ଜଳି ମହାନ୍ତି,ନିବେଦିତା ପ୍ରଧାନ, ମାମାଶ୍ରୀ ମହାନ୍ତି,ତୁଷାରକାନ୍ତ ମହାନ୍ତି, ଗୌରବ ମହାନ୍ତି,ସୃଷ୍ଟିଶିଖା ମହାନ୍ତି,କ୍ରିଷ୍ଣା ମହାନ୍ତି,ଆଦ୍ୟାଶା ମହାନ୍ତି ପ୍ରମୁଖ ଡାକ୍ତର ମହାନ୍ତିଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ଧୂପ ଦୀପ ନୈବିଦ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଥିଲେ l ଏହି  ସ୍ମୃତି ଉତ୍ସବରେ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ l

Leave a Reply

Your email address will not be published. Required fields are marked *