F36ad6ba 453e 467d 91c3 153ef0db9acf

ବିଶ୍ଵନାଥ ଇଛାବିହାରୀ ବିଦ୍ୟା ମନ୍ଦିରରେ କୃତି ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ
Spread the love

ଝଙ୍କଡ଼ :  ବିଭିନ୍ନ ବିଭାଗରେ, ସର୍ବୋଚ୍ଚ ନମ୍ବର ରଖି କୃତିତ୍ୱ ଅର୍ଜ୍ଜନ କରିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ , ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଷ୍ଟିମଲ୍ଲିକାପୁର ସ୍ଥିତ ବିଶ୍ଵନାଥ ଇଚ୍ଛାବିହାରୀ ସରକାରୀ ଉ ପ୍ରା ବିଦ୍ୟାଳୟ ଓ ଇଛାବିହାରୀ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପ୍ରେରଣା ଦେବା ପାଇଁ, ଚଳିତ ଶିକ୍ଷାବର୍ଷର କୃତି ଛାତ୍ର ଛାତ୍ରୀ ମାନଙ୍କୁ, ଉଭୟ ବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ, ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟ ରେ ୫ ଶ୍ରେଣୀରେ ପାଠ ପଢୁଥିବା ସୌମ୍ୟ ରଞ୍ଜନ ନନ୍ଦ ଓ ସ୍ମୃତି ରଞ୍ଜନ ନନ୍ଦ, ଆଦର୍ଶ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯୋଗ୍ୟ ବିବେଚିତ ହୋଇଥିବା ବେଳେ , ଆୟେସା ଅଭିଲିପସା ଦାସ ମଧ୍ୟ ଅନୁରୂପ ଗୌରବ ଅର୍ଜ୍ଜନ କରିଅଛନ୍ତି। ସୁଦୀପ୍ କୁମାର ସାହୁ, ତୃତୀୟଶ୍ରେଣୀ ବୃତ୍ତିପରୀକ୍ଷାରେ ତିର୍ତ୍ତୋଲ ବ୍ଲକ ରେ ପ୍ରଥମ ସ୍ଥାନ ଲାଭ କରିଥିବା ବେଳେ ୫ ମ ଶ୍ରେଣୀର ପ୍ରଜ୍ଞା ପରୀମିତା ନନ୍ଦ ମଧ୍ୟ ଏହି ବୃତ୍ତିପରୀକ୍ଷାରେ ବିଜୟ ଲାଭ କରିଅଛନ୍ତି।

ସେହିପରି ଏନ୍ ଆଇ ଏମ୍ ଏସ ପରୀକ୍ଷାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀପ୍ରିୟା ବାରିକ ମଧ୍ୟ ଲଗାଦାର ଭାବେ କୃତିତ୍ୱ ଅର୍ଜ୍ଜନ କରିଥିବା ବେଳେ ଏହି ୭ ଜଣ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନଶିକ୍ଷକ ସୁଶୀଲ କୁମାର କୁଅଁର , ଭୋଳl ନାଥ ଦାସ ଓ ନରେନ୍ଦ୍ର କୁମାର ନନ୍ଦ ଙ୍କ ସମେତ ପୂର୍ଣ୍ଣ ଚନ୍ଦ୍ର ମହାରଣା, ସସ୍ମିତା ମିଶ୍ର , ସୁଜାତା ମହାପାତ୍ର , ଅମ୍ବିକା ପ୍ରସାଦ ମହାରଣା, ସୁରମା ନନ୍ଦ , ଦେବଦୁର୍ଲ୍ଲଭ ଶତପଥୀ , ସନ୍ଧ୍ୟାରାଣୀ ଦାସ, ମିନତୀ ସ୍ୱାଇଁ ଓ ପ୍ରୀତିରଞ୍ଜନ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା । ପୁରାତନ ଛାତ୍ର ଗୌରାଙ୍ଗ ଚରଣ ଓ ଜିତେନ୍ଦ୍ର ନାୟକଙ୍କ ସମେତ ସମସ୍ତ ଅଭିଭାବକ ଓ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।ପଣ୍ଡିତ ବାସବ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Leave a Reply

Your email address will not be published. Required fields are marked *