3cd1b8f1 15f8 4dda 8785 D97fd20071ac

କ୍ରାନ୍ତିକାରୀ ସଂଗ୍ରାମୀ ଜନନେତା ମୁରଲିଧର ରଥଙ୍କ ଜନ୍ମୋତ୍ସବ ଓ ଦାତବ୍ୟ ସେବା ପରିଷଦର ପ୍ରତିଷ୍ଠା ଉତ୍ସବ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ବାଣୀ କ୍ଷେତ୍ର,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧୀନ ପଟିଲ ପଞ୍ଚାୟତ , ଚାନ୍ଦପୁର ସ୍ଥିତ ଶ୍ରୀରାମ ମନ୍ଦିର ସମ୍ମୁଖରେ, ଶ୍ରୀରାମ ନବମୀ ଅବସରରେ , ବିଶିଷ୍ଟ ସମାଜସେବୀ ତଥା କ୍ରାନ୍ତିକାରୀ ଜନନେତା ମୁରଲିଧର ରଥ ଙ୍କ ୯୨ ତମ ଜନ୍ମଦିନ ପାଳନ ସହିତ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଦାତବ୍ୟ ସେବା ପରିଷଦର ପ୍ରତିଷ୍ଠା ଉତ୍ସବ ବିପୁଳ ଜନସମାଗମ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ, ଏସ ପି ଭବାନୀ ଶଙ୍କର ଉଦ୍ଗ ଗାଥା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଥିବା ବେଳେ ,ସମ୍ମାନିତ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡଃ ରମାକାନ୍ତ ଭୋଇ ପ୍ରମୁଖ ଯୋଗଦେଇ, ଭାରତ ଗୌରବ , ସମ୍ମାନରେ ସମ୍ମାନିତ ମୁରଲିଧର ରଥ ଙ୍କ ଜୀବନଦର୍ଶନ ଓ ତାଙ୍କର କ୍ରାନ୍ତିକାରୀ ସେବା ବିସୟରେ ଆଲୋଚନା କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

7e5f15c4 9550 439d B722 577989dffd36

ଏହି ଅବସରରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଜନପ୍ରତିନିଧି , ନେତୃବୃନ୍ଦ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଶ୍ରୀ ରଥଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥଲେ। ପରିଷଦର କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟ ରଞ୍ଜନ ମହାନ୍ତି ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁରଲିଧର ରଥ ଙ୍କ ରାଜନୈତିକ ଓ ସାମାଜିକ ଜୀବନରେ ଓତଃପ୍ରୋତ ଜଡ଼ିତ ଥିବା ସମାଜସେବୀ ବିନାୟକ ପଟ୍ଟନାୟକ , ବରିଷ୍ଠ ଆଇନଜୀବି ରବିନାରାୟଣ ମହାନ୍ତି, ନାଟ୍ୟକାର କୈଳାଶ ଚନ୍ଦ୍ର ମଲ୍ଲିକ, ଓ ବିଷ୍ଣୁ ଚରଣ ବାରିକ ଙ୍କ ସମେତ ବିଭିନ୍ନବର୍ଗର ବ୍ୟକ୍ତିବିଶେଷ ଙ୍କୁ ପରିଷଦ ତତଫରୁ ଅତିଥି ମାନଙ୍କ ଦ୍ଵାରା ମଧ୍ୟ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା
ପରିଶେଷରେ ସମ୍ପାଦକ ଆଇନଜୀବି ବିର ନାରାୟଣ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *