72f279ef Ad8f 408d 89a1 Fde0442aa9e6

ହରହରି ମହାବୀରଙ୍କ ୧୧ତମ ଯଜ୍ଞୋତ୍ସବ ଉଦଯାପିତ

ରାଜ୍ୟ
Spread the love

ଜଗତସିଂହପୁର /ଝଙ୍କଡ଼ :  ବାଣୀ କ୍ଷେତ୍ର ଝଙ୍କଡ଼ ପ୍ରଗଣାର, ତିର୍ତ୍ତୋଲ ବ୍ଲକ, ଗରାମ ପଞ୍ଚାୟତ ଅଧିନ, ବଡିଜଙ୍ଗା ଗ୍ରାମ ସ୍ଥିତ, ପୁଣ୍ୟତୋୟା ହଁସୁଆ ନଦୀ ର ତଟଦେଶରେ , ବିରାଜିତ ଶ୍ରୀ ଶ୍ରୀ ହର ହରି ମହାବୀର ଙ୍କ ଏକାଦଶ ତମ ବାର୍ଷିକ ଯଜ୍ଞୋତ୍ସବ ଗତ ସୋମବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ତଥା ସାମ୍ୱାଦିକ ପ୍ରଦୀପ୍ତ କୁମାର ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବ ଏପ୍ରିଲ ୪ ତାରିଖ ଠାରୁ ଶୁଭାରମ୍ଭ ହୋଇ, ପ୍ରଥମ ଦିନ କଳସ ଶୋଭାଯାତ୍ରା , ମହାମନ୍ତ୍ର ନାମ ଯଜ୍ଞ ଓ ୨ ୟ ଦିନ ମହୋତ୍ସବ, ଯଜ୍ଞ ରେ ଅଗ୍ନି ସ୍ଥାପନ ୩ ୟ ଦିନ ବିଶ୍ଵଶାନ୍ତି ମହାଯଜ୍ଞ ରେ ଆହୂତି ପ୍ରଦାନ କରାଯାଇ ଥିଲା।

ଏଥିରେ ପଣ୍ତିତ ସୌମ୍ୟ ପ୍ରସାଦ ତ୍ରିପାଠୀ ମୁଖ୍ୟଆଚାର୍ଯ୍ୟ, ପଣ୍ତିତ ରାମଚନ୍ଦ୍ର ଦାସ ପୁଷ୍ଟକା କାର୍ଯ୍ୟ ଓ ନାରାୟଣ ଦାଶ, ସନାତନ ଦାଶ, ଗୌରୀ ଶଙ୍କର ଦାଶ ସହକାରୀ ଆଚାର୍ଯ୍ୟ ଭାବରେ ଅଂଶ ଗ୍ରହଣ କରିଥିବା ବେଳେ, ପ୍ରଦୀପ୍ତ ସ୍ବାଇଁ ଓ ପ୍ରିୟଙ୍କା ସ୍ଵାଇଁ କର୍ତ୍ତା କର୍ତ୍ତ୍ତୀ ଭାବରେ ଦାୟିତ୍ଵ ବହନ କରିଥିଲେ। ଭିନ୍ନ ଭିନ୍ନ ଦିନରେ ପୋଦନା ଡ୍ୟାନ୍ସ ଏକାଡେମୀ , ପ୍ରାର୍ଥନା ଚ୍ୟାନେଲ ର କଳାକାର o ଅନୁସନ୍ଧାନ ଡ୍ୟାନ୍ସ ଗ୍ରୁପ ର କଳାକାର ମାନଙ୍କ ଦ୍ଵାରା ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ର କାର୍ଯକ୍ରମ ପରିବେଷଣ କରାଯାଉଥିଲା। ଯଜ୍ଞକମିଟି ର ସଭାପତି ବିଭୂତି ଭୂଷଣ ସ୍ୱାଇଁ ଙ୍କ ସମେତ ରଞ୍ଜିତ ମଲ୍ଲ , ନିରଞ୍ଜନ ମଲ୍ଲ , ଦୋଳଗୋବିନ୍ଦ ସାହୁ, ଦେବେନ୍ଦ୍ର ସ୍ବାଇଁ , ସଞ୍ଜୟ ରାଉତ , ସୁରେନ୍ଦ୍ର ବାରିକ , ନରେନ୍ଦ୍ର ବାରିକ , ରାକେଶ ସ୍ୱାଇଁ , ସଚିତ୍ର ଖଟୁଆ , ଧର୍ମାନନ୍ଦ ସ୍ୱାଇଁ ଓ ସିଲୁ ସାହୁ ପ୍ରମୁଖ କର୍ମକର୍ତ୍ତା ଙ୍କ ସମେତ ସମସ୍ତ ଗ୍ରମବାସି ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *