କଟକ : କଟକ ସଦର ୪୨ମୌଜା ସ୍ଥିତ ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଙ୍କ ତତ୍ତ୍ବବଧାନ ରେ ସମ୍ମାନୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଟକ ଗୋଶାଳା ସ୍ଥିତ ଡ଼ଃ ସଂହିତା ସ୍ୱାଇଁ ଙ୍କୁ ବାସ ଭଵନ ରେ “ଦୟାନିଧି ପ୍ରତିଭା ବିକାଶ ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରବିନ୍ଦ୍ର ଦେବତା, କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ରେ ମିର୍ଜା ସରାଫତ ବେଗ, ସମ୍ମାନୀତ ଅତିଥି ଭାବେ ସମାଜସେବୀକା ଦିପା ଦାଶ, ପ୍ରଦୀପ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। କୁନି ପ୍ରତିଭା ଶକ୍ତି ସମ୍ପୂଣ୍ଣ। ମଧ୍ୟ ଥିଲେ। ଶେଷରେ ରେକି ମିଶନ ବିଦ୍ୟାଳୟର ସଂଯୋଜକ ଭାରତ ଭୂଷଣ ରାୟ ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
